oom

ଗବେଷଣା, ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

jsmm
  • ରଣନୀତିକ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଗବେଷଣା, ବିକାଶ ଏବଂ ନବସୃଜନକୁ ପ୍ରୋତ୍ସାହନ ଲକ୍ଷ୍ୟ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ସହିତ ଗବେଷଣା ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି । ଦେଶର ଗବେଷଣା ଏବଂ ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଏହା ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ଆରଡିଆଇ ଯୋଜନାରେ ନବସୃଜନ ଏବଂ ଗବେଷଣାକୁ ବାଣିଜ୍ୟିକ କରିବାରେ ଘରୋଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ଆରଡିଆଇ କ୍ଷେତ୍ରରେ ରେ ଘରୋଇ କ୍ଷେତ୍ର ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କମ କିମ୍ବା ଶୂନ୍ୟ ସୁଧ ହାରରେ ଦୀର୍ଘକାଳୀନ ଆର୍ଥିକ ସହାୟତା କିମ୍ବା ପୁନର୍ବାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା । ଆରଡିଆଇ ଯୋଜନାକୁ ଘରୋଇ କ୍ଷେତ୍ରର ପାଣ୍ଠି ଯୋଗାଣରେ ଥିବା ପ୍ରତିବନ୍ଧକ ଏବଂ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଡିଜାଇନ୍ କରାଯାଇଛି । ଏଥିରେ ନବସୃଜନକୁ ସହଜ କରିବା, ପ୍ରଯୁକ୍ତିବିଦ୍ୟା ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି କରିବା ପାଇଁ ଉଦୀୟମାନ ଓ ରଣନୀତିକ କ୍ଷେତ୍ରଗୁଡ଼ିକୁ ଅଭିବୃଦ୍ଧି ଏବଂ ବିପଦ ପୁଞ୍ଜି ପ୍ରଦାନ କରିବାକୁ ଚେଷ୍ଟା କରାଯାଇଛି । ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା:
କ) ଉଦୀୟମାନ କ୍ଷେତ୍ର ଓ ଆର୍ଥିକ ସୁରକ୍ଷା, ରଣନୀତିକ ଉଦ୍ଦେଶ୍ୟ ଓ ଆତ୍ମନିର୍ଭରଶୀଳତା ପାଇଁ ପ୍ରାସଙ୍ଗିକ ଅନ୍ୟାନ୍ୟ କ୍ଷେତ୍ରରେ ଗବେଷଣା, ବିକାଶ ଓ ନବସୃଜନ (ଆରଡିଆଇ) ବୃଦ୍ଧି କରିବାକୁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା;
ଖ) ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତି ସ୍ତର (ଟିଆରଏଲ)ର ଉଚ୍ଚ ସ୍ତରରେ ଅର୍ଥ ପରିବର୍ତ୍ତନକାରୀ ପ୍ରକଳ୍ପଗୁଡ଼ିକ;
ଗ) ଗୁରୁତ୍ୱପୂର୍ଣ୍ଣ କିମ୍ବା ଉଚ୍ଚ ରଣନୈତିକ ଗୁରୁତ୍ୱ ଥିବା ପ୍ରଯୁକ୍ତିବିଦ୍ୟାର ଅଧିଗ୍ରହଣକୁ ସମର୍ଥନ କରିବା;
ଘ) ଏକ ଡିପ୍-ଟେକ୍ ଫଣ୍ଡ୍ ଫର୍ ଫଣ୍ଡ୍ ପାଣ୍ଠି ସୁବିଧା ପ୍ରଦାନ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଏଆରଏଫ)ର ପରିଚାଳନା ପରିଷଦ ଆରଡିଆଇ ଯୋଜନାକୁ ବ୍ୟାପକ ରଣନୀତିକ ଦିଗଦର୍ଶନ ପ୍ରଦାନ କରିବ । ଏଏନଆରଏଫର କାର୍ଯ୍ୟନିର୍ବାହୀ ପରିଷଦ (ଇସି) ଯୋଜନାର ନିର୍ଦ୍ଦେଶାବଳୀକୁ ଅନୁମୋଦନ କରିବ । ଉଦୀୟମାନ କ୍ଷେତ୍ରରେ ଦ୍ୱିତୀୟ ସ୍ତରୀୟ ପାଣ୍ଠି ପରିଚାଳକ, ସୁଯୋଗ ଏବଂ ପ୍ରକାରର ପ୍ରକଳ୍ପ ଲାଗି ସୁପାରିସ କରିବ । କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଏକ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ (ଇଜିଓଏସ), ଯୋଜନାର କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ସହିତ ଯୋଜନା ପରିବର୍ତ୍ତନ, କ୍ଷେତ୍ର, ପ୍ରକାରର ପ୍ରକଳ୍ପ ଏବଂ ଦ୍ୱିତୀୟ ସ୍ତରୀୟ ପାଣ୍ଠି ପରିଚାଳକମାନଙ୍କୁ ଅନୁମୋଦନ କରିବା ପାଇଁ ଦାୟୀ ରହିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଆରଡିଆଇ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରିବ । ଆରଡିଆଇ ଯୋଜନାରେ ଏକ ଦ୍ୱି-ସ୍ତରୀୟ ପାଣ୍ଠି ବ୍ୟବସ୍ଥା ରହିବ । ପ୍ରଥମ ସ୍ତରରେ, ଏଏନଆରଏଫ ମଧ୍ୟରେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଣ୍ଠି (ଏସପିଏଫ) ପ୍ରତିଷ୍ଠିତ ହେବ, ଯାହା ପାଣ୍ଠିର ରକ୍ଷକ ଭାବରେ କାର୍ଯ୍ୟ କରିବ । ଏସପିଏଫ ପାଣ୍ଠିରୁ ବିଭିନ୍ନ ଦ୍ୱିତୀୟ ସ୍ତରୀୟ ପାଣ୍ଠି ପରିଚାଳକଙ୍କୁ ଆବଣ୍ଟିତ କରାଯିବ । ଏହା ମୁଖ୍ୟତଃ ଦୀର୍ଘକାଳୀନ ରିହାତି ଋଣ ଆକାରରେ ହେବ । ଦ୍ୱିତୀୟ ସ୍ତରୀୟ ପାଣ୍ଠି ପରିଚାଳକମାନଙ୍କ ଦ୍ୱାରା ଗବେଷଣା ଓ ବିକାଶ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ସାଧାରଣତଃ କମ୍ କିମ୍ବା ଶୂନ୍ୟ ସୁଧ ହାରରେ ଦୀର୍ଘକାଳୀନ ଋଣ ଆକାରରେ ହେବ । ବିଶେଷକରି ଷ୍ଟାର୍ଟଅପ୍ କ୍ଷେତ୍ରରେ ଇକ୍ୱିଟି ଆକାରରେ ଆର୍ଥିକ ସହାୟତା ମଧ୍ୟ କରାଯାଇପାରିବ । ଡିପ୍-ଟେକ୍ ପାଣ୍ଠି (ଏଫଓଏଫ) କିମ୍ବା ଆରଡିଆଇ ପାଇଁ ଉଦ୍ଦିଷ୍ଟ ଅନ୍ୟ କୌଣସି ଏଫଓଏଫରେ ଅବଦାନକୁ ମଧ୍ୟ ବିଚାର କରାଯାଇପାରେ । ଦୀର୍ଘକାଳୀନ, ସୁଲଭ ଆର୍ଥିକ ସହାୟତା ପାଇଁ ଘରୋଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସମ୍ବୋଧିତ କରି ଆରଡିଆଇ ଯୋଜନା ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ । ଏହାଦ୍ୱାରା ଦେଶ ୨୦୪୭ରେ ବିକଶିତ ଭାରତ ଆଡକୁ ଅଗ୍ରସର ହେବା ସହିତ ଏକ ଅନୁକୂଳ ନବସୃଜନ ଇକୋସିଷ୍ଟମକୁ ସହଜ କରିଥାଏ ।

jittmm
Leave A Reply

Your email address will not be published.