ନେତାଜୀଙ୍କ ଫଟୋରେ ଏହି ବ୍ୟାଙ୍କ୍‌ ଛାପିଥିଲା ୧ ଲକ୍ଷ ଟଙ୍କାର ନୋଟ୍‌

ନୂଆଦିଲ୍ଲୀ : ୧୮୯୭ ଜାନୁଆରୀ ୨୩ରେ ଓଡ଼ିଶାର କଟକ ଜିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କର ପାଠପଢ଼ାରେ ଯେତିକି ଆଗ୍ରହ ଥିଲା, ଦେଶର ସ୍ୱାଧୀନତା ପାଇଁ ଚାଲିଥିବା ଲଢ଼େଇରେ ସେ ଯୋଗଦାନ କରିବାକୁ ଚାହୁଁଥିଲେ । ଭାରତର ସ୍ୱାଧୀନତା ସଂଘର୍ଷରେ ଯୋଗଦେବା ପାଇଁ ସେ ୧୯୨୧ରେ ପ୍ରଶାସନିକ ସେବାର ଏକ ପ୍ରତିଷ୍ଠିତ ଚାକିରି ଛାଡ଼ି ଦେଇଥିଲେ । ତାଙ୍କର କ୍ରାନ୍ତିକାରୀ ବିଚାରଧାରା ଯୋଗୁ ତାଙ୍କୁ ଦେଶର ଯୁବ ବର୍ଗଙ୍କ ବ୍ୟାପକ ସମର୍ଥନ ମିଳୁଥିଲା । ଏହାପରେ ସେ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ (Azad Hind Fauj) ଗଠନ କରିଥିଲେ । ଏହି ଆଜାଦ ହିନ୍ଦ ଫୌଜରେ ସିଙ୍ଗାପୁର, ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଯୁଦ୍ଧବନ୍ଦୀ ଏବଂ ଶ୍ରମିକମାନେ ସାମିଲ ହୋଇଥିଲେ । ଆଜାଦ୍‌ ହିନ୍ଦ୍‌ ସରକାରଙ୍କ ନିଜର ଏକ ବ୍ୟାଙ୍କ ଥିଲା । ଯାହାର ନାଁ ଥିଲା ଆଜାଦ୍‌ ହିନ୍ଦ୍‌ ବ୍ୟାଙ୍କ । ୧୯୪୩ରେ ଆଜାଦ୍‌ ହିନ୍ଦ୍‌ ବ୍ୟାଙ୍କର ପ୍ରତିଷ୍ଠା ହୋଇଥିଲା । ଏହି ବ୍ୟାଙ୍କ୍‌କୁ ୧୦ଟି ଦେଶ ସମର୍ଥନ କରୁଥିଲେ । ଆଜାଦ୍‌ ହିନ୍ଦ୍‌ ବ୍ୟାଙ୍କ୍‌ ଦଶ ଟଙ୍କିଆ ମୁଦ୍ରାଠୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ନୋଟ୍‌ ଜାରି କରିଥିଲା । ୧ ଲକ୍ଷ ଟଙ୍କା ନୋଟ୍‌ରେ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଛପା ଯାଇଥିଲା ।

Leave A Reply

Your email address will not be published.