- ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି
- ଭାଷିନୀର ‘ଡିଜିଟାଲ ହଜିବା ପାଇବା ସମାଧାନ’ ମାଧ୍ୟମରେ ମହାକୁମ୍ଭରେ ହଜିଥିବା – ମିଳିଥିବା ସାମଗ୍ରୀର ପଞ୍ଜିକରଣ ନିଜର ମାତୃଭାଷାରେ କରନ୍ତୁ ଓ ରିଅଲ ଟାଇମ୍ ଲେଖା/ ମୌଖିକ ଅନୁବାଦ ମାଧ୍ୟମରେ ସହଜ ଯୋଗାଯୋଗ କରନ୍ତୁ
- କୁମ୍ଭ ସହାୟକ ଚାଟବଟରେ ଭାଷିନୀର ଅନୁବାଦ ସୁବିଧା ଉପଲବ୍ଧ ; ଏହା ନିରବଚ୍ଛିନ୍ନ, ରିୟଲ-ଟାଇମ୍ ସୂଚନା ଏବଂ ନେଭିଗେସନ୍ ସହାୟତା ପ୍ରଦାନ କରିଥାଏ
- ଭାଷା ପ୍ରତିବନ୍ଧକ ଦୂର : ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସହାୟତା ପାଇଁ ୟୁପି ୧୧୨ ହେଲ୍ପଲାଇନ ଭାଷିନୀର ‘ବାର୍ତ୍ତାଳାପ’ ଫିଚରକୁ ଲାଗୁ କରିଛି
ନୂଆଦିଲ୍ଲୀ, (ପିଆଇବି) : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଫେବୃଆରୀ ୨୬, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ଭାଷିନୀ ବହୁଭାଷୀ ସେବା ମାଧ୍ୟମରେ ବୈଷୟିକ ସହାୟତା ପ୍ରଦାନ କରୁଛି ।
‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’
‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ମାଧ୍ୟମରେ ଭାଷିନୀ ଭାଷା ଅନୁବାଦ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଜନସମାବେଶର ଅଂଶଗ୍ରହଣକାରୀମାନଙ୍କୁ କିପରି ସାହାଯ୍ୟ କରିବ ତାହା ଆସନ୍ତୁ ଜାଣିବା :
୧. ବହୁଭାଷୀ ସହାୟତା
କ. ହଜିଥିବା/ମିଳିଥିବା ସାମଗ୍ରୀଗୁଡ଼ିକର ପଞ୍ଜିକରଣ ସ୍ଥାନୀୟ ଭାଷାରେ ମୌଖିକ ଭାବେ କରନ୍ତୁ
ଖ. ସହଜ ଯୋଗାଯୋଗ ପାଇଁ ରିଅଲ-ଟାଇମ୍ ଲେଖା / ମୌଖିକ ଅନୁବାଦ
୨. ଚାଟବଟ୍ ସହାୟତା : ପ୍ରଶ୍ନ ଏବଂ କିଓସ୍କ ନେଭିଗେସନ୍ ପାଇଁ ବହୁଭାଷୀ ଚାଟବଟ୍
୩. ମୋବାଇଲ୍ ଆପ୍ ଏବଂ କିଓସ୍କ ଏକୀକରଣ : ସ୍ଥାନୀୟ ଭାଷାରେ ମାର୍ଗଦର୍ଶିକାର ଅନୁବାଦ
୪. ପୋଲିସ ସହଯୋଗ : ପୁଲିସ ଅଧିକାରୀମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ
କୁମ୍ଭ ସହାୟକ ଚାଟବଟ୍
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦ୍ଦେଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ନାଭିଗେସନ (ପଥପ୍ରଦର୍ଶନ) ଆବଶ୍ୟକତାକୁ ମଧ୍ୟ ପୂରଣ କରିବା । କୁମ୍ଭ ସହାୟକ’ ଚାଟବଟ୍ ସମସ୍ତଙ୍କୁ ସହଜ, ରିୟଲ – ଟାଇମ୍ ସୂଚନା ଏବଂ ନାଭିଗେସନ ସହାୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି । ଭାଷିନୀର ଭାଷା ଅନୁବାଦ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୯ଟି ଭାରତୀୟ ଭାଷା ସମେତ ମୋଟ ୧୧ଟି ଭାଷାରେ ଏହି ଚାଟବଟକୁ ସମର୍ଥନ କରେ । ୟୁପି ୧୧୨ ଜରୁରୀକାଳୀନ ହେଲ୍ପଲାଇନ ମହାକୁମ୍ଭକୁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ ଏବଂ ଆଖପାଖ ଅଂଚଳରେ କୁହାଯାଉଥିବା ଭାଷା ବୁଝିବା ପାଇଁ ସହାୟତାର ଆବଶ୍ୟକତା ପଡିପାରେ । ଭାଷିନୀ ମୋବାଇଲ ଆପ୍ଲିକେସନର ‘କନଭର୍ସ (ବାର୍ତ୍ତାଳାପ)’ ଫିଚର ଏହି ମେଗା ଇଭେଣ୍ଟରେ ଉତ୍ତରପ୍ରଦେଶ ପୁଲିସର ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗକୁ ସହଜ କରିବ । ଉତ୍ତରପ୍ରଦେଶ ପୁଲିସ ବିଭାଗ ଭାଷିନୀ ଆପ୍ ସହଯୋଗରେ ଫିଲ୍ଡ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେଇଛି, ଯଦ୍ୱାରା ସେମାନେ ଆପ୍ର ବାର୍ତ୍ତାଳାପ ଫିଚର ବ୍ୟବହାର କରି ଭାଷା ବୁଝୁନଥିବା ଓ ସମସ୍ୟାରେ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ସମସ୍ୟା ବୁଝି ସହାୟତା କରିପାରିବେ । ଏହିପରି ଭାବେ ଭାଷିନୀ ମହାକୁମ୍ଭ ୨୦୨୫ରେ ପର୍ଯ୍ୟଟକଙ୍କୁ ପ୍ରଶ୍ନ ଓ ପଥପ୍ରଦର୍ଶନ ନିମନ୍ତେ ବହୁଭାଷୀ ସହାୟତା ପ୍ରଦାନ କରି ସେମାନଙ୍କ ଅନୁଭୂତିକୁ ଆହୁରି ସୁଖଦ କରିବ । ମୋଟାମୋଟି ଭାବରେ, ବୈଷୟିକ ଉଦ୍ଭାବନ ଏବଂ ଉପଲବ୍ଧତା ଦିଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି, ଭାଷିନୀର ଭାଷା ଅନୁବାଦ ଇକୋସିଷ୍ଟମ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିରବଚ୍ଛିନ୍ନ ଏବଂ ସମାବେଶୀ ଅନୁଭୂତି ସୁନିଶ୍ଚିତ କରୁଛି ।