ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଧମକ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ଧମକ ଦେବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୪୦୪/୨୪ ଅନୁସାରେ ଦଫା ୩୭୬ (୨) (୧) ୫୦୬ ପିସି ୮ ପୋସ୍କୋ ୬୭ (A) ଆଇଟି ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ କରି ବଲାଙ୍ଗିର କୋର୍ଟକୁ ଚାଲାଣ କରିବା ପରେ ଜାମିନ ନା ମଞ୍ଜୁର ହେବାରୁ ବଲାଙ୍ଗିର ଜେଲ ହାଜତକୁ ପଠାଇଦିଆଯାଇଛି । ଗିରଫ ଅଭିଯୁକ୍ତ ଦେବରାଜ ଛତ୍ରିଆ (୨୪) ଗ୍ରାମ ଜୁରାବନ୍ଦ ପଞ୍ଚାୟତ ନୁଆଁମୁଣ୍ଡାର ବୋଲି ଜଣାପଡିଛି । ପ୍ରକାଶ ଯେ , ନାବାଳିକା ଓ ଦେବରାଜ ମଧ୍ୟରେ ଗତ ୧ ବର୍ଷ ହେବ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏଥିରେ ଦେବରାଜ ବିବାହ ପ୍ରତିଶୃତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲା । ଏହାପରେ ଦେବରାଜ ବିବାହ ହେବା ଖବର ଜାଣିବା ପରେ ନାବାଳିକା ଯୁବତୀ ଜଣକ ମୁଁ ବିବାହ ହେବି ବୋଲି କହିବାରୁ ଦେବରାଜ ଯୁବତୀଙ୍କ କିଛି ଫୋଟୋ ଦେଖାଇବାରୁ ଭୟ କରି ଆଉ କିଛି ନ କହି ଚୁପ ହୋଇପଡ଼ିଥିଲେ । ପୁଣି ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବାଧ୍ୟ କରିବା ଯୋଗୁଁ ନାବାଳିକା ଯୁବତୀ ଜଣକ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ସୁଶାନ୍ତ ବଢେଇ ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.