କୁଇବାହାଲ ପଂଚାୟତର କଲୋନି ପଡା, ସୁରିପଡା, ମହୁଲପଡା, ଦେବାହାଲିଆପଡା, କିନ୍ଦେରକେଲା ଓ ଖଲିଆପଡା ଆଜି ବି ଅବହେଳିତ

  • ଆଦିବାସୀ ବହୁଳ ୬ଟି ପଡା ବାସିନ୍ଧା ଆଜିବି ମୌଳିକ ଅଧିକାରରୁ ବଂଚିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ଗ୍ରାମ ପଂଚାୟତ କୁଇବାହାଲ ସଂପୂର୍ଣ୍ଣ ଭାବେ ଆଦିବାସୀ ବହୁଳ ପଂଚାୟତ । ପଂଚାୟତ ସଦର ଗ୍ରାମ କୁଇବାହାଲ ସହିତ ଏହାର ୬ଟି ଆଦିବାସୀ ବହୁଳ ପଡା ରହିଛି । ଏହି ପଡାଗୁଡିକ ସୁରିପଡା, ମହୁଲପଡା, ଦେବାହାଲିଆପଡା, କିନ୍ଦେରକେଲା ଓ ଖଲିଆପଡା । ଏହି ଛଅଟି ବସ୍ତି ବସିନ୍ଧା ଆଜି ବି ପାଣି, ବିଦ୍ୟୁତ୍‌, ପକ୍କା ସଡକରୁ ବଂଚିତ ଅଛନ୍ତି । ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ପଡାବାସୀ ଆଜି ବି ସରକାରୀ ଯୋଜନାରୁ ବଂଚିତ ଅଟନ୍ତି । କୁଇବାହାଲ ସଦର ଗ୍ରାମଠାରୁ ଅନତି ଦୂରରେ ରହିଛି କଲୋନି ପଡା । ପଡାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ୫ଟି ଶ୍ରେଣୀର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଣି ମୂଖ୍ୟ ସମସ୍ୟା ରହିଛି । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି । ଗାଁ ଠାରୁ ୨/୩ କି.ମି ଦୂରରେ ଥିବାରୁ ପାଇପ ପାଣି ସଂଯୋଗ ହୋଇପାରିନାହିଁ । ଭଲ ରାସ୍ତାଟିଏ ନାହିଁ । ଫଳରେ ବର୍ଷାଦିନରେ କାଦୁଅ ପଚ୍‌ପଚ୍‌ ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀ ଯିବା ଆସିବା କରନ୍ତି । ସେହିପରି ସୁରିପଡାରେ ୩୦ଟି ଆଦିବାସୀ ପରିବାର ରହନ୍ତି । ପଡାରେ ବିଦ୍ୟୁତ୍‌ ଓ ପାଣିର ସମସ୍ୟା ରହିଛି । ପଡାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବଲାଙ୍ଗିରଙ୍କ ଦ୍ୱାରା ଜଳ ଯୋଗାଣ ଯୋଜନା ପଂଚ ଦଶ ଯୋଜନା ୨୦୨୩-୨୪ ବର୍ଷରେ ୭୫୦୦୦/-ଟଙ୍କା ବିନିୟମୁୟରେ ଏକ ନଳକୂପ ପାଣି ଟାଙ୍କି କରାଯାଇଛି । ହେଲେ ଉକ୍ତ ନଳକୂପରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ । ଏପରିକି ଖରା ଦିନେ ସଂପୂର୍ଣ୍ଣ ଶୁଖିଯାଇଥାଏ ଫଳରେ ପାଣି ପାଇଁ ହାହାକାର ହୁଅନ୍ତି । ସେହିପରି ମହୁଲପଡାରେ ମଧ୍ୟ ୪୦ରୁ ୫୦ଟି ଆଦିବାସୀ ପରିବାର ରହନ୍ତି । ସେମାନଙ୍କ ପାଇଁ ମଧ୍ୟ ପାଣିର ସମସ୍ୟା ରହିଛି । ଗାଁରେ ୨ଟି ନଳକୂପ ରହିଛି ହେଲେ ପାଣି ଆସୁ ନ ଥିବାରୁ ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡିଛି । ପଡାବାସୀ ନିଜ ନିଜ ଖେତରେ କୂଅ ଖୋଲି ପାଣି ବ୍ୟବହାର କରନ୍ତି । ଯାହାକି ଗ୍ରୀଷ୍ମ ଦିନରେ ଶୁଖି ଯିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି । ପୁଣି କିନ୍ଦେରକେଲାର ଅବସ୍ଥା ମଧ୍ୟ ଠିକ୍‌ ସେହିଭଳି । ଏଠାରେ ମଧ୍ୟ ୩୦ ରୁ ୪୦ଟି ଆଦିବାସୀ ପରିବାର ରହନ୍ତି । ପଡାରେ ପାଣିର ସମସ୍ୟା ସହିତ ବିଦ୍ୟୁତ୍‌ ର ସମସ୍ୟା ରହିଛି । ଖଲିଆପଡାରେ ମଧ୍ୟ ୪୦ ରୁ ୫୦ଟି ପରିବାର ରହନ୍ତି ହେଲେ ପାଣି ଏବଂ ବିଦ୍ୟୁତ୍‌ ମୂଖ୍ୟ ସମସ୍ୟା ରହିଛି । ।ଏହି ୬ ଗୋଟି ପଡା ଗ୍ରାମକୁ ରାସ୍ତାଘାଟର କୌଣସି ସୁବିଧା ନାହିଁ । ପ୍ରତ୍ୟେକ ପଡାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଯାଇଥିଲେ ସୁଦ୍ଧା ଭାରତ ସ୍ୱାଧିନ ହେବାର ୭୦ ବର୍ଷ ପରେ ଭଲ ରାସ୍ତାଟିଏ ନାହିଁ । ଉପରୋକ୍ତ ୬ ଗୋଟି ପଡା ଗ୍ରାମର ଶତାଧିକ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଂଚିତ ଅଟନ୍ତି । କୁଇବାହାଲ ସଦର ଗ୍ରାମଠାରୁ ସମସ୍ତ ପଡା ଗ୍ରାମ ୫/୬ କି.ମି. ଦୁରତା ମଧ୍ୟରେ ଥିବାରୁ ଆଙ୍ଗନବାଡି ଏବଂ ପ୍ରାଥମିକ ଶିକ୍ଷାରୁ ବଂଚିତ ଅଟନ୍ତି । ସମସ୍ତ ପଡା ସହିତ ପଂଚାୟତ ସଦର ମହକୁମାକୁ ପାଦ ଚଳା ମାଟି ରାସ୍ତା ଥିବାରୁ ବିଭିନ୍ନ ସମୟରେ ପଡାବାସୀ ଭଲରାସ୍ତା ନିର୍ମାଣ ପାଇଁ ପଂଚାୟତଠାରୁ ବ୍ଲକ ଏବଂ ରାଜନୈତିକ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ସେମାନଙ୍କୁ ଭଲ ରାସ୍ତାଟିଏ ଆଜି ଯାଏ ମିଳିନାହିଁ । ପାଣି ,ବିଦ୍ୟୁତ୍‌ ଏବଂ ରାସ୍ତା ସହିତ ଶିକ୍ଷାଦାନ ପାଇଁ ଆଙ୍ଗନବାଡି ସେଂଟର ଏବଂ ପ୍ରାଥମିକ ବିଦ୍ୟାଳୟ ପାଇଁ ଅନେକ ଥର ଦାବୀ ହେଉଥିଲେ ସୁଦ୍ଧା ତାହା ନିର୍ମାଣ ହୋଇନାହିଁ । ଫଳରେ ଛଅ ଗୋଟି ପଡାରବାସୀ ୪/ ୫ କି.ମି. ଦୂର କଲୋନିପଡା ପ୍ରାଥମିକ ବିଦ୍ୟାଳୟ କିମ୍ବା ତୁରେକେଲା ପଂଚାୟତ ମହୁଲବାହାଲିକୁ ଜଂଗଲ ରାସ୍ତା ଦେଇ ଯାଇଥାଆନ୍ତି । ଛଅ ଗୋଟି ପଡା ଗ୍ରାମକୁ ପଂଚାୟତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତାଟିଏ ନ ଥିବାରୁ ସ୍ୱାସ୍ଥ୍ୟସେବା ସଂପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । କୁଇବାହାଲ ସଦର ପଂଚାୟତ ଗ୍ରାମର ୬ ଗୋଟି ପାଲି ଗାଁର ଲୋକେ ମୌଲିକ ଅଧିକାରରୁ ବଂଚିତ ଥିବାରୁ ସରପଂଚ ଶ୍ରୀମତୀ ବିଲାସ ପୁଟେଲଙ୍କ ପ୍ରତିକ୍ରିୟା ନେବାରୁ କହନ୍ତି ଛଅ ଗୋଟି ପଡା ଗ୍ରାମ ଦେଇ ଗ୍ରାମ ଉନ୍ନୟନ ବିଭାଗର ରାସ୍ତା ଯାଇଛି । ଯାଦ୍ୱାରା ପଂଚାୟତ ତରଫରୁ କୌଣସି ମାଟି କାମ ମଧ୍ୟ କରାଯାଇ ପାରୁ ନାହିଁ ।।ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଂଚାୟତର ପ୍ରସ୍ତାବ ଅନୁସାରେ ଅନେକ ଥର ଲିଖିତ ଜଣାଇ ସାରିଛୁ ହେଲେ କୌଣସି ଫଳ ମିଳୁନାହିଁ । ଏହି ରାସ୍ତା ଦେଇ ପୂର୍ବତନ କୃଷି ମନ୍ତ୍ରୀ ସ୍ୱର୍ଗତ ପ୍ରଦିପ ମହାରଥି ମଧ୍ୟ ମରୁଡି ଅନୁଧ୍ୟାନ କରିବାକୁ ଆସି ଯାଇଥିଲେ । ସେତେବେଳେ ମଧ୍ୟ ପଂଚାୟତ ଏବଂ ଗ୍ରାମବାସୀ ତରଫରୁ ଅନୁରୋଧ କରାଯାଇଥିଲା ହେଲେ ଆଜି ଯାଏ ରାସ୍ତାଟିଏ ହୋଇ ପାରିନାହିଁ । ସେହିପରି କୁଇବାହାଲ ପଂଚାୟତର ବିଶିଷ୍ଟ ସାମାଜିକ କର୍ମୀ ସୁବାଷ ପୁଟେଲ ମଧ୍ୟ ଉକ୍ତ ଛଅ ଗୋଟି ଆଦିବାସୀ ପଡାକୁ ପାଣି, ବିଦ୍ୟୁତ୍‌, ରାସ୍ତା, ଆଙ୍ଗନବାଡି କେନ୍ଦ୍ର ଏବଂ କେନ୍ଦ୍ରସ୍ଥଳରେ ଏକ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି ।

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
Leave A Reply

Your email address will not be published.