ଶରଦିନ୍ଦୁ ଭୂଷଣ ହୋତା
ନାଗରିକ ଜୀବନର ଚାର୍ହିକୁତି ଇହାଦେ କେତେନି କେତେ ବଏଠା ଜଲୁଛେ । ବଏଠା ମାନ୍କର ଉଁକିଆ ଥି ଦିନ୍ ଛୁଟିଗଲା ମେତାନ୍ ଲାଗୁଛେ । ଗଣତନ୍ତ୍ରର ବଏଠା ଜଲୁଛେ । ସାମାଜିକ ନ୍ୟାୟର ବଏଠା ଜଲୁଛେ । ଧର୍ମନିରପେକ୍ଷତାର ବଏଠା ଜଲୁଛେ । ନାରୀ ସଶକ୍ତିକରଣର ବଏଠା ଜଲୁଛେ । ଯୁବ ଜାଗରଣର ବଏଠା ଜଲୁଛେ । ସ୍ୱାଧୀନ ମତପ୍ରକାଶର ବଏଠା ଜଲୁଛେ । ମାନବିକ ଅଧିକାରର ବଏଠା ଜଲୁଛେ । ବିକାଶର ବଏଠା ଜଲୁଛେ । ଏନ୍ତା ସବୁକେ ଠୋଲ କରି କରି ଦେଶର୍ ଅଖଣ୍ଡତା ସ୍ୱାଭିମାନ ଆର୍ ସାର୍ବଭୌମିକତାର ବଏଠା ତ’ ବଡ଼୍ ଗଖା ଶିଖା ଟେକି କରି ହୁତ୍ ହୁତ୍ ହେଇ ଜଲୁଛେ । ଏତ୍କି ଏତ୍କି ବଏଠା ଦିନ୍ ଶୂଇନ୍ ନାଇଁ ଦଁ ଦଁ ଜଲୁଥିଲେ ଭିଲ୍ ବଏଠା ମାନ୍କର ତଲେ କିନ୍ତୁ ଗିଲ୍ଗିଲା ଅଂଧାର୍ ରହିଛେ । ସେ’ଟା ନ ଇହାଦେ କାଲ୍ କରୁଛେ । ବଏଠା ଜାଲିକରି ଉଁକିଆ ଦିଶୁଥିଲେ ଭିଲ୍ ଅଂଧାର୍ କେ ଗହଡ଼ି ନେଇଁ ହେବାର୍ । ଦୁନିଆଁ ଦେଖୁଛେ ଯେ ଦିଆଲି ବାଗିର୍ ବଏଠା ଜଲୁଛେ । ମାତର୍କ ନାଗରିକ ଜୀବନ ଅଂଧାର୍ ଭିତ୍ରେ ଦିନୁ ଦିନ୍କେ ବୁଡ଼ି ବୁଡ଼୍ବୁଡ଼ି ହେଇକରି କପାଲ୍ ଆଦ୍ରି ପଡ଼ି ରହିଛେ । ହେଥୁ ମୁକ୍ଲି ପାର୍ବାର ଉପେ ନେଇଁ । ଦେଶ୍ ସ୍ୱାଧୀନ ହେବାର ଉତ୍ରୁ ଇହାଦେକା ଏତ୍କି ବଛର୍ ପାର୍ ହେଇଗଲାନ’ । ତେଲ୍, ବତୀ ଦେଇ କରି ନୂଆଁ ନୂଆଁ ବଏଠା ମାନ୍କୁ ସଜିଲ୍ କରା ହଉଛେ, ମାତର୍କ ଅଂଧାର୍ ନେଇଁ ହଟ୍ବାର୍ । ହଟ୍ବା କାଁଣା, ଆର୍ ଟିକେ ଆର୍ ଟିକେ ଚପ୍ଲେଇ ନଉଛେ । ଜୀବନ୍ ଯେତେ ହୁର୍ଗୁନି ହେଲେ ବି ହେଥିର୍ ଇଲାଜ୍ ନେଇଁ ମିଲ୍ବାର୍ ।
ଠୋଲ୍ କରି ଦେଖ୍ଲେ, କେତେନି କେତେ ବଏଠା ଜଲିକରି ଉଜାଲା ଦିଶୁଛେ । ମାରତ୍କ ଗୁଟେ ଗୁଟେ କରି ନିଘା କଲେ ଦିଶ୍ବା ଯେ ବଏଠା ମାନ୍କର ତେଲ୍ ସରି ସରି ଆଉଛେ । ଆର୍ ବତୀ ଭିଲ୍ ଝୁମ୍ରି ବସୁଛେ । ଯେଡ଼୍କି ଶିଖା ଟେକି କରି ଗଣତନ୍ତ୍ର ବଏଠା ଜଲୁଥିଲା, ଇହାଦେକା ବତୀ ଦବି ଗଲାନ’ । ଯାହା ଜନା ପଡ଼ୁଛେ, ଆର୍ ବେଶୀ ବେଲ୍ ବଏତର୍ ନେଇଁ ଯାଏ । ହେନ୍ତା ହିସାବେ ସବୁ ବଏଠା ମିଉଁ ମିଉଁ କଲେନ’ । ତେଲ୍ ସରି ଯାଇକରି ବତୀ ପୁଡ଼ି ଯିବାର ପାଖାପାଖି ହେଇ ବସ୍ଲାନ’ । ଇ’ ହାଲତ୍ ଦେଖିକରି ମନ ଘାଏ ଘାଏ ପଚରଉଛେ ଯେ, ଇନ୍ତା କାଏଁଯେ ହେଲା? ମୂଲୁ ମୂଲୁ ତ’ ସବୁ ବଏଠା ତେଲ୍ ପୂର୍ତୁନ୍ ଥିଲା ଆର୍ ବତୀ ମାନେ ଭିଲ୍ ବନେ ତାକ୍ଡ଼ା ହିସାବେ ଉଁକିଆ ଫିକୁଥିଲେ, ଇହାଦେ କାଏଁଟା ହେଲା? ଏକେସ୍କଁଟି ରାହା ଧରିକରି ମନ୍ ଯେତେବେଲେ ପଚ୍ରେଇ ତେଲ୍ ଚାଲ୍ଲା ହେଥୁ ନିଘା କରି ବସ୍ଲା କେ ଜନା ଗଲା ଯେ, ସବୁ ବଏଠାର୍ ଉଁକିଆ ଉଧାରି ଉଁକିଆ ଆଏ । କେହେନ୍ସି ଟା ଭିଲ୍ ଅର୍ଜିନାଲ୍ ନେଇଁସେ । ଭାରତର୍ ସମ୍ବିଧାନ୍ ଭିଲ୍ ତ’ ଅଏଁଠା ବିଚାର କେ ଆସ୍ରେ କରି ତିଆରି ହେଇଛେ । ନିଜର୍ ବଢ଼ା ଭାତ ଥାଲି ନେଇଁସେ । ବିଦେଶୀ ବିଚାର ବଢ଼ା ହେଇଥିଲା । ବିଦେଶୀ ଶାସକ ମାନେ ଭୋଗ ଦଖଲ୍ କରି କରି ତାକର ବତ୍ରେ ଶାସନ କରୁଥିଲେ । ଠାଁନୁ ଉଠିକରି ସେମାନେ ଦେଶ୍ ଛାଡ଼୍ଲା କେ ସେ ଲିତାଶାଲେ ନ’ ଆମର୍ ନେତାମାନେ ବସି ପଡ଼୍ଲେ । ସେମାନେ ଛାଡ଼ି ଯାଇଥିବାର ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ, ସାର୍ବଭୌମତ୍ୱ ଆଦି ଇତ୍ୟାଦିର ବିଚାର କେ ବଡ଼ା ହେପାଜତ୍ ଥି ସାଆଁଲି ସଁକଲି କରି ଭାରତର୍ ସମ୍ବିଧାନ୍ ବଲ୍ବାର ଥାଲି ସଜ୍ଡ଼ା ହେଲା । ମାତର୍କ ମାଗି ଆନିଥିବାର ତୁନ୍ ତ’ ସୁର୍ପେ । ଅଏଁଠା ବିଚାର ଆର୍ ଉଧାରି ସିଦ୍ଧାନ୍ତ କେ ଧରିକରି ବଏଠା ମାନେ ଗଢ଼ାଗଲା । ସେ ବଏଠା ମାନ୍କୁ ଦେଶୀ ନେତାମାନେ ନିଜର ଆତ୍ମ ପ୍ରତିଷ୍ଠାର ବତୀ ଦେଇକରି ସଜ୍ଡ଼ାଲେ । ନ୍ୟସ୍ତ ସ୍ୱାର୍ଥ ବଲ୍ବାର୍ ତେଲ୍ ଥି ବଏଠା ପୂର୍ତୁନ କରି ଜାଲ୍ଲେ । ତେଲ୍ ଆର୍ ବତୀ କେହେନ୍ସି ଟା ସଫା ନେଇଁଥାଇ । ବଏଠା ବି ନିଜର ବତ୍ରେ ସୁତ୍ରେ ନେଇଁ ଗଢ଼ା ହେଇ । ଯାହା ଭିଲ୍ ହଉ, ବଡ଼ା ମେହେନତ୍ ଥି ବତୀ ଟେକିଟାକି କରି ଏତ୍କି ଦିନ ଚଲିଗଲା । ଏତ୍କି ବେଲ୍କେ ବତୀ ବି ମଲ୍ଚିଆ ଆର୍ ତେଲ୍ ବି ବିଚ୍କିଟିଆ ଧର୍ଲାନ’ । ବନେ ଭାବେ ନେଇଁ ଉଁକିଆ ଦେଇପାର୍ବାର୍ । ଆତ୍ମପ୍ରତିଷ୍ଠାର ବତୀ ଇହାଦେ କା ଦୁର୍ନୀତି ଭ୍ରଷ୍ଟାଚାର୍ର ମଏଲା ଥି ପୂର୍ତୁନ୍ । ନ୍ୟସ୍ତ ସ୍ୱାର୍ଥର ତେଲ୍ ହୀନ୍ମନିଆଁ ଭାବର୍ ଚିକ୍ଟା ଥି ଭର୍ତି ।
ଭାରତ ବର୍ଷେ ଭିଲ୍ ନିଜର୍ ହିସାବେ ଗଣତନ୍ତ୍ରର ବୁନିଆଦ୍ ଥିଲା । ଧର୍ମ ସମନ୍ୱୟର ବିଚାର ଥିଲା । ନାରୀ ମାନ୍କୁ ଉଁଚା ଦର୍ଜା ଥି ରଖିକରି ଇଜ୍ଜତ ଦିଆ ହଉଥିଲା । ସାମାଜିକ ଜୀବନ ଗୋଲ୍ମୋଟେଲ୍ ଭାବେ ଗଢ଼ା ହେଇପାର୍ବାର ବିଚାର୍ ରହିଥିଲା । ସେ ବୁନିଆଦ୍ ଧରିକରି ନୂଆଁ ଭାରତ୍ର ସମ୍ବିଧାନ ତିଆରି ହେଇଥିଲା । ମାତର୍କ ନୂଆଁ ଭାରତ ଗଢ଼ବାର ଲୁକେ ବିଦେଶୀ ଢାଁଚା ଥି ଶିକ୍ଷା ପାଇଥିଲେ । ସେମାନକର୍ ମୁଡ଼୍ ମଗଜ୍ ସେ ସୁତ୍ରେ ଚଲୁଥିଲା । ଭାରତ୍ର ଆତ୍ମା କେ ଚିନ୍ହି କରି ନୂଅାଁ ଭାରତ୍ର ନିଅମ ଗଢ଼ବାର୍ ମନ ସେମାନ୍କର ନେଇଁ ଥାଇ । ଚଟ୍ ଜଲ୍ଦି କ୍ଷମତା ହାତ୍କେ ନେବାର୍ ଲାଗି ହର୍ବର୍ ହେଇ ପଡ଼୍ଲେ । ଭାରତ୍ର ବୁନିଆଦ୍ ଭିତ୍ରୁ ଲୋକ ଜୀବନ ଭିତ୍ରେ ଗୁଁଥି ହେଇଥିବାର ଜୀବନ୍ବାଦୀ ଢାଁଚା କେ ନୁରି ଖୁଜି ନୂଆଁ ସମିଆଁର ତାଲେ ସମ୍ବିଧାନ ବନାବାର ଲାଗି ସେମାନ୍କର ତର୍ ନେଇଁ ସହେଲା । ଯେନ୍ତା ଭିଲ୍ ହଉ, ବିଦେଶୀ ସମ୍ବିଧାନ କେ ଦେଶୀ ଜର୍ସି ପିନ୍ଧେଇ କରି ସେମାନେ କାମ୍ ଚଲାଲେ । ଫଲ୍ ଏତ୍କି ବେଲ୍କେ ଯାହା ହେବାର ହେଇଚାଲିଛେ । ବ୍ରିଟିଶ୍ ବିଚାରର ଅଏଁଠା ଖାଇକରି ଆର୍ ସେମାନେ ପିନ୍ଧି ସାରିକରି ପାଲ୍ଟି ଦେଇଥିବାର ଢାଁଚା ପିନ୍ଧିକରି ସ୍ୱାଧୀନ ଭାରତ କେ ବଡ଼ା ଲୋକହଁସା ଭାବେ ଚଲାବାକେ ପଡ଼ୁଛେ ।
ମହାତ୍ମାଗାନ୍ଧୀ ଭାରତ୍ ଆତ୍ମାର ବଏଠା ଜଲେଇ ପାରିଥିଲେ । ବିନା ବତୀ ଆର୍ ତେଲ୍ ଥି ସେଟା ଏନ୍ତା ଉଁକିଆ ଦେଇଥିଲା ଯେ କୋଟି କୋଟି ଅନ୍ପଡ଼୍, ଅଶିକ୍ଷିତ, ଗଅଁଲିଆ ଲୋକର ଭିଲ୍ ଚେତନା ଥି ମୁକ୍ତିର ଧର୍ସା ପର୍ଛା ଭାବେ ଖୁଲି ଦେଇଥିଲା । ସ୍ୱାଧୀନତାର ଲଢେ଼ଇ ବେଲେ ଯେତ୍କି ମୁରୁଖ ଲୋକର ଆତ୍ମା ଜାଗିଥିଲା ସେ ବଏଠା ଥି କିଛି ଲାଭର ଲୋଭ ନେଇଁଥାଇ । ଇ’ଟା ପାଏମୁଁ କି ସେ’ଟା ବନ୍ମୁ ବଲି ସେମାନେ ଜୀବନ ଦାନ ନେଇଁକରି । ସେମାନକର ଇମାନ୍ଦାର ଆତ୍ମତ୍ୟାଗ ଉପ୍ରେ ସ୍ୱାଧୀନତା ମିଲି ପାର୍ଲା । ମାତର୍କ ଯେତ୍କି ବେଇମାନୀ ସବୁ କଲେ ଟୁପେ ଟୁପେ ଇଂଲିସ୍ ପାଠ୍ ପଢ଼ିଥିବାର ଲୁକେ । ଭାରତ ଆତ୍ମାର ବଏଠା ଯେନ୍ଟା ଗାନ୍ଧୀ ବୁଢ଼ା ଜାଲି ପାରିଥିଲେ, ସେ’ଟା କେ ଫୁ କରି ଫୁକି ଦେଲେ ଆର୍ ଲିଭେଇ ଦେଲେ । ଅଏଁଠା ତୁନ୍ ସୁଆଦ୍ ଲାଗ୍ଲେ ଭିଲ୍ ସେନୁଁ ନ’ ଆରମ୍ଭ୍ ହେଇଗଲା ଲଲ୍ହିଆ ଜୀବ୍କା । ଅଏଁଠା ବିଚାର୍ର ମାହୋଲ୍ ଖୁଲିଗଲା । ସ୍ୱାଧୀନ ଭାରତ୍ ଥି ଇହାଦେ ଏନ୍ତା ହେଇଗଲା ଯେ, ଯାହା ଖାଏବ, ଯାହା ପିନ୍ଧବ, ଯାହା ଭାବ୍ବ, ଯାହା କର୍ବ ସବୁ ଉଧାରି ବିଚାର୍ କେ ଆଶ୍ରା କରି ଚଲୁଛେ । ନିଜର ବଲ୍ବାର କେ କିଛି ନେଇଁ ।
ଦେଶ କେ ଘେରି ରହିଥିବାର ସମସ୍ୟା ମାନ୍କର ସମାଧାନ ଭିଲ୍ ଉଧାରି ଆଇଡ଼ିଆ ଥି କରା ଯଉଛେ । ମୂଲ୍ କେ ମାରି ଦେଇ କରି ଡାଲେ ପାଏନ୍ ଢଲା ହଉଛେ । ଡାଲେ ପାଏନ୍ ଦିଆର୍ ଭୁର୍କୁଟି ଥି ହଜାର ହଜାର କୋଟି ଢଲା ହଉଛେ । ଦିନ ରାଏତ୍ ଏକ୍ କରି କରି ଧାଁ ଦଉଡ଼୍ ଚାଲିଛେ । ଯେ ଯାହା ଭିଲ୍ କରୁଛେ ସବୁଥିଁ ମତ୍ଲବ୍ । ଫି’ କଥା ଥି ହେବାର ପାଏବାର୍ ଲୋଭ୍ ।
ଉଧାରି ଉଁକିଆ ଥି ଯେତେ ଯେତେ ବଏଠା ଜଲ୍ଲେ ଭିଲ୍ ଜୀବନ୍ କେ ସାଫ୍ ସୁତର୍ କରି ଗଢ଼ି ନେଇଁ ପାରେ । ସେଥିର ବତୀ ବି ନକ୍ଲି ଆର୍ ତେଲ୍ ଭିଲ୍ ଭେଜାଲ୍ । ଘଡେ଼ ଛନେ ଝଲ୍ସେଇ ଦେଲେ ଭିଲ୍ ନିଜର ତଲର୍ ଅଂଧାର୍ କେ ନେଇଁ ଗହଡ଼ି ପାରେ । ହେଥିର୍ ଲାଗି ବିନା ତେଲ୍, ବିନା ବତୀର୍ ଆତ୍ମା ଦୀପ୍ ଜଲ୍ଲେ ଯାଇ ପୂରା ଜୀବନ ଝଲ୍ସିବା । ନେଇଁ ହେଲେ ଯେତେ ଗହମତ୍ ଥି ଦିଆଲି ବାଗିର୍ ବଏଠା ଧରଉଥିଲେ ଭିଲ୍ ମୁନୁଷ୍ର ଜୀବନ କରପନ୍ ଆବ୍ରି ଥିବାର ଅଂଧାର ନେଇଁ ଯାଏ । ଏତ୍କି କେଚ୍କେଚା ହେଇକରି ହିନିସ୍ତା ଉଖ୍ଲା ଭୋଗି ସାରିକରି ଦୁନିଆଁର ଆଘେ ଲୋକ ହଁସା ହେବାର ଉତ୍ରୁ ହେଲେ ଇ’ କଥା ବୁଝି ପାର୍ବାର ସମିଆଁ ଇହାଦେକା ଅମ୍ରି ସାଏଲାନ’ । ଆମେ ବୁଝି ପାର୍ଲେ ହେଲା ।
ଭୁବନେଶ୍ୱର
ମୋ.ନଂ.୯୯୩୭୭୪୦୬୭୬