- “ଅର୍ଥନୀତିର ଗୋଟିଏ କ୍ଷେତ୍ରର ଦାୟିତ୍ୱ ସମ୍ଭାଳିବା କୃଷିମନ୍ତ୍ରୀଙ୍କର ଏକମାତ୍ର କାର୍ଯ୍ୟ ନୁହେଁ, ତାଙ୍କୁ ମଧ୍ୟ ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ କାମ କରିବାକୁ ପଡିବ”
- “ ‘ବ୍ୟାକ୍ ଟୁ ବେସିକ୍ସ’ଓ ମାର୍ଚ୍ଚ ଟୁ ଫ୍ୟୁଚର-ଏହି ଦୁଇ ତତ୍ତ୍ୱ୍ୱର ସଂଯୋଜନ ହିଁ ଭାରତର ନୀତି”
- “ଆସନ୍ତୁ ଶ୍ରୀଅନ୍ନ (ମିଲେଟ୍ସ)କୁ ଆମର ପସନ୍ଦର ଖାଦ୍ୟ ଭାବେ ଗ୍ରହଣ କରିବା”
- “ବିଶ୍ୱର ବିଭିନ୍ନ ପ୍ରାନ୍ତର ପାରମ୍ପରିକ ପଦ୍ଧତି ଆମକୁ ପୁନଃ ଉତ୍ପାଦନଶୀଳ କୃଷି ବିକଳ୍ପ ବାହାର କରିବାକୁ ଅନୁପ୍ରାଣିତ କରିପାରେ”
- “ଜି-୨୦ କୃଷି କ୍ଷେତ୍ରରେ ଭାରତର ଅଗ୍ରାଧିକାର ହେଲା “ଏକ ବିଶ୍ୱ’କୁ ସୁସ୍ଥ ରଖିବା ସହିତ ‘ଏକ ପରିବାର’ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଏକ ଉଜ୍ଜ୍ୱଳ ‘ଏକକ ଭବିଷ୍ୟତ’ ପାଇଁ ଆଶା ଦେବା”
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଜି-୨୦ କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । ସମବେତ ମନ୍ତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ କୃଷି ମାନବ ସଭ୍ୟତାର ହୃଦୟ । ଜଣେ କୃଷିମନ୍ତ୍ରୀଙ୍କର ଦାୟିତ୍ୱ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ରରେ କାମ କରିବାରେ ସୀମିତ ନୁହେଁ । ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ତାଙ୍କୁ କାମ କରିବାକୁ ମଧ୍ୟ ପଡିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ କୃଷି ବିଶ୍ୱବ୍ୟାପୀ ୨. ୫ ବିଲିୟନ ଲୋକଙ୍କୁ ଜୀବିକା ଯୋଗାଉଛନ୍ତି । ଏହା ବିଶ୍ୱର ଗରିବ ଓ ସ୍ୱଳ୍ପଉନ୍ନତ ଦେଶମାନଙ୍କର ମୋଟ ଜିଡିପିର ପ୍ରାୟ ୩୦ ଶତାଂଶ । ଏହାଛଡା ଏସବୁ ଦେଶର ୬୦ଭାଗ ଜନତା ଏଥିରେ ନିଯୁକ୍ତ । ବିଶ୍ୱର ଦରିଦ୍ର ଓ ଅଳ୍ପୋନ୍ନତ ରାଷ୍ଟ୍ରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସେ କହିଥିଲେ ଯେ ଭୂ-ରାଜନୀତିକ ଉତ୍ତେଜନା ଓ କରୋନା ମହାମାରୀର ପ୍ରଭାବ ଯୋଗୁଁ ବିିଚ୍ଛିନ୍ନ ହୋଇଥିବା ଯୋଗାଣ ବ୍ୟବସ୍ଥା ଫଳରେ ଏସବୁ ଦେଶ ସଂକଟର ସମ୍ମୁଖୀନ । ଜଳବାୟୁ ପରିବର୍ତ୍ତନ ଫଳରେ ଅତିବୃଷ୍ଟି ଓ ଅନାବୃଷ୍ଟ ଭଳି ସମସ୍ୟା ବାରମ୍ବାର ସୃଷ୍ଟି ଦେଉଥିବାରୁ ଅଳ୍ନୋନ୍ନତ ତଥା ଗରିବ ଦେଶମାନେ ବିଶେଷ ପ୍ରଭାବିତ ହେଉଛନ୍ତି ।
କୃଷି କ୍ଷେତ୍ରକୁ ଭାରତର ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ନୀତିରେ ବ୍ୟାକ ଟୁ ବେସିକ୍ସ (ମୂଳକୁ ଫେରିଚାଲ) ଓ ମାର୍ଚ୍ଚ ଟୁ ଫ୍ୟୁଚର (ଆଗକୁ ମାଡିଚାଲ)ର ସମ୍ମିଶ୍ରଣ ଘଟିଛି । ଭାରତ ଉଭୟ ପ୍ରାକୃତିକ କୃଷି ଓ ଟେକ୍ନୋଲୋଜି ଆଧାରିତ କୃଷିକୁ ପ୍ରୋତ୍ସାହିତ କରୁଛି । ସାରା ଭାରତର କୃଷକମାନେ ଏବେ ଅଧିକରୁ ଅଧିକ ପ୍ରାକୃତିକ ଚାଷ କରୁଛନ୍ତି । ସେ ଆହୁରି କହିଥିଲେ ଯେ ଭାରତର ଚାଷୀମାନେ କୃତ୍ରିମ ସାର (ସିନ୍ଥେଟିକ ଫର୍ଟିଲାଇଜର) ଓ ପୋକମରା ଔଷଧ (କୀଟନାଶକ) ବ୍ୟବହାର କରୁନାହାନ୍ତି । ଏହା ସତ୍ୱେ ସେମାନେ ପୁନଃ ଉତ୍ପାଦନଶୀଳ ଚାଷକୁ ଅଗ୍ରାଧିକାର ଦେଉଛନ୍ତି । ମାଟି ମା’ର ଉତ୍ପାଦକତା ପ୍ରାକୃତିକ ଉପାୟରେ ବଢାଇ ସେମାନେ ଅଧିକ ଫସଲ ଉତ୍ପାଦନ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଫଳରେ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷିତ ରହିବା ସହିତ ପ୍ରତି ବିନ୍ଦୁ ଜଳରେ ଅଧିକ ଫସଲ ଉତ୍ପାଦିତ ହେଉଛି । ଭାରତର ଚାଷୀମାନେ ପ୍ରାକୃତିକ କୃଷି ମାଧ୍ୟମରେ ଜୈବିକ ଖତସାର ପ୍ରୟୋଗ କରିବା ସହିତ ଫସଲରୁ ରୋଗପୋକ ଦୂର କରିବାକୁ ପାରମ୍ପରିକ ପଦ୍ଧତିର ଉପଯୋଗ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ଚାଷୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଚାଷରେ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଉତ୍ପାଦନ ବଢାଉଛନ୍ତି । ଭାରତର ଚାଷୀ ଏବେ ନିଜ ଖେତରେ କିପରି ସୌରଶକ୍ତି ଚାଳିତ ପାଣିପମ୍ପ ବ୍ୟବହାର କରୁଛନ୍ତି ତାହାର ଉଦାହରଣ ମଧ୍ୟ ସେ ଦେଇଥିଲେ । ସୌର ଶକ୍ତିର ଉତ୍ପାଦନ,କୃଷି କାର୍ଯ୍ୟରେ ତାହାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଉପଯୋଗ, ଲାଭଜନକ ଫସଲ ଚାଷ ଓ ଉନ୍ନତ କୃଷି ପ୍ରଣାଳୀର ଉପଯୋଗ, ଫସଲରେ ନ୍ୟୁଟ୍ରିଏଣ୍ଟ ସିଞ୍ଚନ ଏବଂ ଫସଲର ସ୍ଥିତି ଦେଖିବାକୁ ଡ୍ରୋନର ବ୍ୟବହାର ଭାରତୀୟ ଚାଷୀ କିପରି କରୁଛନ୍ତି ତାହାର ସେ ଉଦାହରଣ ଦେଇଥିଲେ । ଏହି ସମ୍ମିଶ୍ରଣବାଦୀ ଆଭିମୁଖ୍ୟ(ଫ୍ୟୁଜନ ଆପ୍ରୋଚ) କୃଷି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ୨୦୨୩ ବର୍ଷଟିକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି । ହାଇଦରାବାଦରେ ଜି-୨୦ର ପ୍ରତିନିଧିମାନେ ସେମାନଙ୍କ ଖାଇବା ଟେବୁଲରେ ଏଭଳି ମିଲେଟ ବା ଶ୍ରୀଅନ୍ନ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପାଇବେ ଓ ଏହାର ସ୍ୱାଦ ପରଖିବେ । ଶ୍ରୀଅନ୍ନ ଏକ ସୁପରପୁଡ ବା ପରମ ଖାଦ୍ୟ ଏବଂ ଏହା ମଣିଷକୁ ସୁସ୍ଥ ସବଳ ରଖିବା ସହିତ ଚାଷୀର ଆୟ ବୃଦ୍ଧିରେ ସହାୟକ ହୋଇଥାଏ । ଏହି ଶ୍ରୀଅନ୍ନ ବା ମିଲେଟ ଅନୁର୍ବର ଜମିରେ ଖୁବ୍ କମ୍ ପାଣିରେ ଏବଂ ବିନା ସାର ଓ କୀଟନାଶକ ବ୍ୟବହାରରେ ଉତ୍ପାଦିତ ହୋଇଥାଏ । ଏଥିରେ ପରିଶ୍ରମ କମ୍, ଉତ୍ପାଦନ ଓ ଲାଭ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଶ୍ରୀଅନ୍ନର ଇତିହାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କିସମର ଫସଲ ହଜାର ହଜାର ବର୍ଷ ଧରି ଚାଷ ହୋଇଆସୁଛି । ମାତ୍ର ବଜାର ଓ ବିକ୍ରିବଟାର ପ୍ରଭାବ ଯୋଗୁଁ ପାରମ୍ପରିକ ଭାବେ ଉତ୍ପାଦିତ ଏହି ମିଲେଟ୍ସର ମୂଲ୍ୟ ହଜି ଯାଇଛି । ତେଣୁ ଆସନ୍ତୁ ସମସ୍ତେ ପୁନର୍ବାର ଏହି ଶ୍ରୀଅନ୍ନକୁ ଆମର ପସନ୍ଦର ଖାଦ୍ୟ ଭାବେ ଗ୍ରହଣ କରିବା ବୋଲି ସେ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଏକ ମିଲେଟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରୁଛି । ଏହା ଗୋଟିଏ ଉତ୍କର୍ଷ କେନ୍ଦ୍ରଭାବେ କାମ କରିବ । ଏହି କେନ୍ଦ୍ର ମିଲେଟ୍ସର ଉନ୍ନତ ଚାଷ, ଉତ୍ପାଦନ ବୃଦ୍ଧି, ସଂରକ୍ଷଣ, ଟେକ୍ନୋଲୋଜି ପ୍ରୟୋଗ ଆଦି ସଂକ୍ରାନ୍ତ ଶ୍ରେଷ୍ଠ ନୀତିକୁ ବିଭିନ୍ନ ଦେଶକୁ ଯୋଗାଇ ଦେବ ।
ବିଶ୍ୱର ଖାଦ୍ୟ ନିରାପତ୍ତା କିପରି ସୁରକ୍ଷିତ ହୋଇପାରିବ ସେ ଦିଗରେ ମିଳିତ ଭାବେ ଚିନ୍ତାକରି କାମ କରିବାକୁ ସେ ଜି-୨୦ କୃଷି ମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏକ ନିରନ୍ତର, ପୋଷଣୀୟ, ସମାବେଶୀ ଖାଦ୍ୟ ବ୍ୟବସ୍ଥା ତିଆରି କରି ସେଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଆହୁରି ମଧ୍ୟ ବିଶ୍ୱର ସାର ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସର୍ବୋପରି ଚାଷରେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବଢାଇବା ଫସଲର ସ୍ୱାସ୍ଥ୍ୟକୁ ବୃଦ୍ଧି କରିବା ସହିତ ଉତ୍ପାଦକତା ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହେଉଥିବା ପାରମ୍ପରିକ ରୀତିର ଚାଷ ହୁଏତ ଏକ ବିକଳ୍ପ ପୁନଃ ଉତ୍ପାଦନକ୍ଷମ ବିକଳ୍ପ କୃଷି ପଦ୍ଧତି ବିକାଶରେ ସହାୟକ ହୋଇପାରେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଇନୋଭେସନ ଓ ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ଚାଷୀମାନଙ୍କୁ ସଶକ୍ତ କରାଯିବା ଆବଶ୍ୟକ । ବିଶେଷକରି ଅନୁନ୍ନତ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସ୍ୱଳ୍ପ ମୂଲ୍ୟରେ, ଶସ୍ତାରେ ଯେପରି ନୂଆ ନୂଆ କୃଷି ଟେକ୍ନୋଲୋଜି ଓ ସଲ୍ୟୁସନ୍ସ ପାଆନ୍ତି ସେଥିପ୍ରତି ଦୃୃଷ୍ଟି ଦିଆଯିବା ଆବଶ୍ୟକ । ଖାଦ୍ୟ ଓ କୃଷିଜାତ ଉତ୍ପାଦର ଅପଚୟକୁ ଅଗ୍ରାଧିକାର ଭିତ୍ତିରେ ବନ୍ଦ କରିବାକୁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବାକୁ ପୁଞ୍ଜିନିବେଶ କରାଯିବା ଉଚିତ ।
ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଜି-୨୦ କୃଷି ଅଗ୍ରାଧିକାରରେ ଏକ ସୁସ୍ଥ ପୃଥିବୀ, ବିଶ୍ୱରୂପୀ ଗୋଟିଏ ପରିବାର ମଧ୍ୟରେ ସଦ୍ଭାବନା ପ୍ରତିଷ୍ଠା ଓ ଗୋଟିଏ ଭବିଷ୍ୟତ ପାଇଁ ଆଶା ପ୍ରଦାନ କରିବା ଏହି ତିନିଟି ବିଷୟ ରହିଛି । ବୈଠକର ଦୁଇଟି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ସେଥିରୁ ଗୋଟିଏ ହେଲା, “ ଦ ଡେକାନ୍ ହାଇ ଲେଭଲ ପ୍ରିନ୍ନିପୁଲ୍ସ ଅନ୍ ଫୁଡ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରେସନ ( ଦକ୍ଷିଣ ଉଚ୍ଚସ୍ତରୀୟ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିସାଧନ ନୀତି ) ଓ ଅନ୍ୟଟି ହେଲା ମିଲେଟ ଓ ଅନ୍ୟାନ୍ୟା ଶସ୍ୟ ପାଇଁ ମହର୍ଷି (ଗଇଐଇଜଓଝଐଓ) ପ୍ରୟାସ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ଉଦ୍ୟମ ପ୍ରତି ସମର୍ଥନ ଘୋଷଣା-ସମାବେଶୀତା, ନିରନ୍ତରତା, ପୋଷଣୀୟତା ଓ ସମର୍ଥ ଜ-କୃଷି ବ୍ୟବସ୍ଥା ପାଇଁ ମିଳିତ ଜ୍ଞାପନ ସହ ସମ୍ମାନ ।