ସମୁଦ୍ର ବେଳାଭୂମିରେ ଋଷିକୂଲ୍ୟା ସଙ୍ଗମ ସ୍ଥଳରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୂଲ୍ୟା ମୁହାଣ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସାମୁହିକ ଗଣ ଅଣ୍ଡାଦାନ ହୋଇଥିବା ଗୁରୁବାର ଦିନ ଦେଖିବାକୁ ମିଳିଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସମୁଦ୍ରର ମଧ୍ୟରୁ ହଜାର ହଜାର ସଂଖ୍ୟାକ ବିରଳ ପ୍ରଜାତିର ମାଇ କଇଁଛ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ସ୍ଥାନୀୟ ଅଂଚଳବାସୀ ଓ ପରିବେଶବିତ୍‌ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ସୁରକ୍ଷିତ ଗଣ ଅଣ୍ଡାଦାନ ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ପ୍ଳାଷ୍ଟିକ ବାଡ଼ ଦିଆଯାଇ ବନ୍ୟଜନ୍ତୁ ଦାଉରୁ ସୁରକ୍ଷା ଦିଆଯାଉଥିବା ବେଳେ ୫୦ଟି ସେଗମେଣ୍ଟ କରାଯାଇଛି । ଶତାଧିକ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱରେ ମୁତୟନ କରିଛି ବନ ବିଭାଗ । ୨୦୨୨ରେ ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାରରୁ ଅଧିକ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି । ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟରେ ସାମୁଦ୍ରିକ କଇଁଛମାନେ ଦୁଇ ପଛ ପଟର ଗୋଡ଼ ସାହାଯ୍ୟରେ ଫୁଟେ, ଦେଢ଼ ଫୁଟ ଗର୍ତ୍ତ କରିବା ପରେ ୧୨୦ରୁ ଅଧିକ ଅଣ୍ଡା ଦେବା ପରେ ତାକୁ ଘୋଡେଇ ଦେଇ ଶରୀରରେ ବାଡେଇ ଉକ୍ତ ସ୍ଥାନକୁ ଶକ୍ତ କରିଦେଇ ପୁଣି ସମୁଦ୍ରର ନୀଳ ଜଳରାଶୀ ମଧ୍ୟକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ନୂତନ ଠିକଣା ପାଇ ଗୁରୁଣ୍ଡି ଗୁରୁଣ୍ଡି କୋଟି କୋଟି ସଂଖ୍ୟାରେ କୁନି ଶାବକମାନେ ସମୁଦ୍ର ଅଭିମୁଖେ ଯାଇଥାନ୍ତି ।

ଗୁରୁବାର ସକାଳେ ଡ଼ିଏଫଓ ଅମ୍ଲାନ କୁମାର ନାୟକ ଅଣ୍ଡାଦାନ ସ୍ଥଳ ଗସ୍ତ କରି ସୁରକ୍ଷିତ ଗଣ ଅଣ୍ଡାଦାନ ନେଇ ତଦାରଖ କରିଛନ୍ତି । ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି ।

         ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ନେଇ ସ୍ଥାନୀୟ ଅଞ୍ଚଳ ରେ ବନ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଥିବା ଦେଖିବାକୁ ମିଳିଛି କ୍ଷ
Leave A Reply

Your email address will not be published.