Daily Archives

ମହାକୁମ୍ଭ ୨୦୨୫ : ବସନ୍ତ ପଞ୍ଚମୀରେ ହୋଇଥିବା ତୃତୀୟ ଅମୃତ ସ୍ନାନରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ…

ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ଆୟୋଜନ ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ବସନ୍ତ ପଞ୍ଚମୀ ଅବସରରେ ହୋଇଥିବା ତୃତୀୟ ଅମୃତ ସ୍ନାନ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି
Read More...

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କୃତୀ ଛାତ୍ରଛାତ୍ରୀ ଓ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଜରିଆରେ ସମାଜର
Read More...

ବିପିୟୁଟି ପକ୍ଷରୁ ୧୧ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓଡିଶା ପକ୍ଷରୁ ୧୧ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖ ଦିନ ସକାଳ ୧୦.୩୦ଟା ସମୟରେ ଅନୁଷ୍ଠିତ ହେବ । ଏନେଇ ବିପିୟୁଟି ପକ୍ଷରୁ ଆଜି ଅପରାହ୍ନରେ ବୋର୍ଡରୁମ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି
Read More...

ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନକାଉଡ଼ାଙ୍କ ଗୃହ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସିବା ସାଙ୍ଗେ ସାଙ୍ଗେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ମନ ଆଶଙ୍କିତ ହୋଇଉଠୁଛି । ତତ୍‌ ସଂଗେ ସଂଗେ ପିତାମାତା ତଥା ଅଭିଭାବକ ମାନଙ୍କର ମନ ମଧ୍ୟ ଉଦ୍‌ବେଳିତ ହୋଇଉଠୁଛି । ସେମାନଙ୍କୁ କିଛିଟା ପ୍ରବୋଧନ ଦେବା
Read More...

ପ୍ରତିଶୃତି ଦେଇ ମୁହଁ ମୋଡିଛି ଉତ୍କଳ କମ୍ପାନୀ : ଗ୍ରାମବାସୀ ଅବରୋଧ କରିବେ ଇଣ୍ଟେକ !

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, ଏସ୍‌ଡ଼ିପିଓ, ତହସିଲଦାର, ୪ଟି ଥାନାର ଆଇଆଇସି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ହେଉଛି ବୈଠକ । କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ନ୍ୟାୟ । କେବେଳ
Read More...

ବାସନ୍ତୀ ପାଠାଗାରର ୩୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୯ତମ ବାର୍ଷିକୋତ୍ସବ ପାଠାଗାରର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ
Read More...

ବଲାଙ୍ଗିର ଜିଲ୍ଲାରେ ହଇଚଇ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ

କଣ୍ଟାବାଞ୍ଜି : ବର୍ତ୍ତମାନର ଏକ ବଡ଼ ଖବର । ବଲାଙ୍ଗିର ଜିଲ୍ଲାରେ ହଇଚଇ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ରେଳ ୱାଗନ ଭିତରୁ ଏହି ୧୨ଟି ବୋମା ଜବତ କରାଯାଇଥିବା ସୂଚନା ରହିଛି । ଯାଞ୍ଚ ସମୟରେ ୱାଗନ ଭିତରୁ ଏହି ୧୨ଟି ବୋମା ରେଲୱେ ପୋଲିସ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିଠାରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡ଼ଃ. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ
Read More...

ବାରିପଦା ଉପଖଣ୍ଡରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମୋଟ ୨୦୨ଟି ଅଭିଯୋଗର ହେଲା ଶୁଣାଣି ବାରିପଦା, (ଦେବସ୍ମିତ ଚୌଦୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ମାଆ ସରସ୍ୱତୀ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଜୟଦେବ ଦାସ ପ୍ରମୁଖ
Read More...