Daily Archives

ବିଶ୍ୱ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକାକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ

ମାଲକାନଗିରି : ମାଥିଲି ନାଗରିକ ମଞ୍ଚ ତରଫରୁ ସହିଦ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ
Read More...

ମାଘ ବୁଡ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ

କୋଣାର୍କ : ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ବୁଡ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବାଉଁଶ କଣିରେ କୁଡ଼ିଆ ତିଆରି କରି ମେଳାପଡିଆରେ ବିଶ୍ରାମ ନେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁମାନେ ।
Read More...

ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାର ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ଏକ ମନୋଜ୍ଞ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ କ୍ଲବ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ ପରେ ନିକଟସ୍ଥ ଆଇଟିଆଇ ଖେଳ ପଡିଆରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ
Read More...

ଆରପାରିରେ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୂର୍ବତନ ବିଜେଡି କୃଷକ ସଭାପତି ତଥା ଭୁତିଆରବାହାଲ ସମିତି ସଭ୍ୟ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ଜଣେ ଲୋକପ୍ରିୟ ଜନ ପ୍ରତିନିଧି ଭାବରେ ସେ ବଲାଙ୍ଗିର ଜିଲ୍ଲାରେ ବେଶ୍‌ ସୁନାମ ଅର୍ଜନ କରିଥିଲେ ।
Read More...

ମହାନଦୀଙ୍କୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା

କଟକ : କଟକ ହରିଣ ପାର୍କ ନିକଟସ୍ଥ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବତୀ ଜଣକ ହଠାତ୍ ମହାନଦୀକୁ ଡ଼େଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି
Read More...

ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଇଟାଲୀର ଦୁଇ ଦମ୍ପତି ଗତ ନଭେମ୍ବର ମାସ ୧୪ ତାରିଖରୁ ଆସି ଦିଲ୍ଲୀରୁ କଲିକତାରେ ପହଁଚି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ସାଇ ହିଲଭିୟୁ ରିସର୍ଟ ସର୍ଚ୍ଚ କରି ଆସି ପହଞ୍ଚି ଥିଲେ ।
Read More...

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ିଗଲେ ୨ ଯୁବକ : ୧ ମୃତ, ୧ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଗତକାଲି ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ୨ ଜଣ ଯୁବକ ବୁଡ଼ିଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ସୂଚନା ଅନୁସାରେ, ମୃତ ଯୁବକ ଜଣକ ହେଲେ ରଜତ କୁମାର
Read More...

ପଞ୍ଚବଟୀ ଉଦ୍ୟାନ ଉଦ୍‌ଘାଟିତ

ସୁବର୍ଣ୍ଣପୁର : ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡ଼ଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ଏହି ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱେଣେ, ଜିଲ୍ଲା ଆରକ୍ଷୀ
Read More...

ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା' ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି
Read More...

ଟ୍ରେନ୍ ଧକ୍କାରେ ଚାଲିଗଲେ ପୂର୍ବତନ ସାଂସଦଙ୍କ ମଧ୍ୟମ ପୁତ୍ର ନିତୁ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଟ୍ରେନ୍ ଧକ୍କାରେ ପୂର୍ବତନ ସାଂସଦଙ୍କ ମଧ୍ୟମ ପୁତ୍ର ଇଂ ଅବିନାଶ ମିଶ୍ର(ନିତୁ)ଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଭୋର୍‌ ସକାଳୁ ମର୍ଣ୍ଣିୱାର୍କ ସାରି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ
Read More...