Monthly Archives

August 2022

ଜମିବାଡିକୁ ନେଇ ବଡଭାଇର ଆକ୍ରମଣରେ ଦୁଇ ସାନ ଭାଇ ଗୁରୁତର

ଯାଜପୁର : ଜମିବାଡ଼ିକୁ କେନ୍ଦ୍ର କରି ଭାଇକୁ ଆକ୍ରମଣ କଲା ବଡଭାଇ ।ଭାଇର ଆକ୍ରମଣରେ ଦୁଇ ସାନ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଘର ଭିତରୁ ପୋଲିସ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ
Read More...

ଡିଭାଇଡର୍‌ରେ ପିଟିହୋଇ ଟ୍ରକ୍‌ ସହ ଧକ୍କା ହେଲା କାର୍ : ୧ ମୃତ, ୫ ଆହତ

ଖଲ୍ଲିକୋଟ : ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ଏକ
Read More...

ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ : ଡ୍ରାଇଭର୍ ଫେରାର୍

ଆଠମଲ୍ଲିକ : ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ । ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା
Read More...

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ : ନଦୀରେ ଭସେଇ ଦେଲେ ମୃତଦେହ

ରାଉରକେଲା, (ସସ୍ମିତା ପ୍ରଦାନ) : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଘଟଣ । ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ନଦୀରେ ଭସେଇ ଦେଇଛନ୍ତି । ମୃତ ମହିଳା ଜଣକ ହେଲେ ମୁନି ଓରାମ୍‌ । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ
Read More...

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗରି : ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ୩ ଜଣ ହାର୍ଡକୋର ମାଓବାଦୀ ଧରାପଡିଛନ୍ତି । ଗିରଫ ତିନି ଜଣ ମାଓବାଦୀ ହେଲେ ରମେଶ ସୟାବି ପାଲ୍ଲୋ, ରେନୁ ନାରୋଟେ ଓ ଶସି ସମରୁ ପୁଙ୍ଗାଟି । ଛତିଶଗଡ ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ସିଆର୍‌ପିଏଫ୍‌ ଓ ସି-୬୦ ବାହିନୀ ପକ୍ଷରୁ ମିଳିତ
Read More...

କେନ୍ଦୁପତ୍ର ଚୋରା ଚାଳାଣ ଅଭିଯୋଗରେ ୨ ଗିରଫ : ମିନି ଟ୍ରକ ଜବତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ପରେ ବଡ ଗାଡିରେ ରାଜ୍ୟ ବାହାରକୁ ଚାଲାଣ
Read More...

ସେପ୍ଟେମ୍ବର ୩ରେ ସ୍ୱତନ୍ତ୍ର ଓଜେଇଇ : ୨୮ ହଜାର ୬୨୦ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଛନ୍ତି । ରାଜ୍ୟର ୨୮ ସହରର ୩୮ କେନ୍ଦ୍ରରେ
Read More...

ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା : ଯୁବକଙ୍କ ମୃତଦେହ ଉଦ୍ଧାର

ଆଠଗଡ଼ : ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ଆଜି ନିଖୋଜ ଯୁବକଙ୍କର ମୃତଦେହ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ସ୍ଥାନୀୟ ଲୋକ ଦେଖି ଗୁରୁଡ଼ିଝାଟିଆ ଥାନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ
Read More...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବାରିପଦା : ବାରିପଦାରୁ ବାଲେଶ୍ଵର ରାସ୍ତାରେ ୧୮ ନମ୍ଵର ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ବାରିପଦାରୁ ବାଲେଶ୍ଵର ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ମୃତ

ଝାରସୁଗୁଡ଼ା/ରାଇରଙ୍ଗପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଝାରସୁଗୁଡ଼ାରେ ୨ଜଣ ଓ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଝାରସୁଗୁଡ଼ା ବନହରପାଲି ବାସୁପାଲି
Read More...