Monthly Archives

September 2021

ଗତ ୨୪ ଘଂଟାରେ ୫୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୮୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସମୁଦ୍ର କୂଳରୁ ଶବ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ବଡ଼ ନୋଳିଆ ନୂଆଗାଁ ନିକଟସ୍ଥ ସମୁଦ୍ର କୂଳରେ ପାରାଦୀପ ଅଞ୍ଚଳ ସମୁଦ୍ରରୁ ନିଖୋଜ ହୋଇଥିବା ମତ୍ସ୍ୟଜୀବୀଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳେ ସମୁଦ୍ର କୂଳରେ ଏକ ବ୍ୟକ୍ତିର ଶବ ଲାଗିଥିବା ନେଇ
Read More...

ବିଶ୍ୱ ପର୍ଯ୍ୟଟନ ଦିବସରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ତଥା ପରିବେଶ ପ୍ରେମୀ ହୃଷୀକେଶ ପାଢୀ, ସଂପାଦକ
Read More...

ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ତିନି ଭାଇ ଭଉଣୀ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଇଁଲାପାଲି ଗାଁର ଟଙ୍କଧର ଗହୀର କୌଣସି ଏକ ରୋଗରେ ପଡିତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର ଆର୍ଥିକ ସ୍ଥିତି
Read More...

ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ସେଭେନ-ଷ୍ଟାର ପ୍ରେସିଡେଣ୍ଟ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଆନ୍ତର୍ଜାତିକ ସଂଗଠନର ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ର ସୀମାନ୍ତ ଅଞ୍ଚଳର ୧୧୪ଟି ରୋଟାରୀ କ୍ଲବ ଶାଖାକୁ ନେଇ ରୋଟାରୀ ଜିଲ୍ଲା- ୩୨୬୨ ଭାବେ ଗଠିତ । ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଗତ ରବିବାର
Read More...

ସ୍ମୃତି ସାନ୍ତ୍ୱନାର ପାର୍ବଣ ନୈବେଦ୍ୟ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ତା ଓ ଚେତନାଧର୍ମୀ ସାହିତ୍ୟ ସଂସ୍କୃତି ସମ୍ପନ୍ନ ତୈମାସିକ ମହିଳା ପତ୍ରିକା 'ସ୍ମୃତି ସାନ୍ତ୍ୱନାର'ର ଦଶମ ବାର୍ଷିକୀ ଦ୍ବିତୀୟ ସଂଖ୍ୟା ପାର୍ବଣ ନୈବେଦ୍ୟ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଉନ୍ମୋଚିତ ହୋଇ ଯାଇଛି । ପ୍ରଧ୍ୟାପକ ଭାବେଶ ଚନ୍ଦ୍ର
Read More...

ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷୀ କ୍ଷତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସେମିତି କିଛି ଆଖି ଦୁର୍ଷିଆ କ୍ଷୟକ୍ଷତି
Read More...

ସ୍ୱର୍ଗୀୟା ଡା.ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାନିଟାଇଜର ଓ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ପାଇକମାଲ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ସୋମବାର ତାଙ୍କର ସହଧର୍ମିଣୀ ସ୍ୱର୍ଗୀୟା ଡା. ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ଟିକ୍ରାପଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଓ ୪ ଲକ୍ଷ ଟଙ୍କା ଲୁଟ ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ମାରିବା ସହ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଅଜିତ ବାଗ ଓ
Read More...

ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ହୋଇଥିବା ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରି ସ୍ଥାନୀୟ ଥାନା ଛକ ଠାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହାପରେ ଏକ ବାଇକ ରାଲିରେ ବାହାରି ଅଗ୍ରସେନ ଛକ, ଭଟଲି ରୋଡ଼ ଭଟଲି ଛକ,
Read More...