Monthly Archives

April 2021

ବୌଦ୍ଧ ଜିଲ୍ଲାରେ କାଳ ବୈଶାଖୀ ବର୍ଷା ଓ କୁଆପଥର ମାଡ଼

ବୌଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଅଂଚଳରେ ଆଜି ଅପରାହ୍ନରେ କାଳ ବୈଶାଖୀବର୍ଷା ଓ କୁଆପଥର ମାଡ଼ ହୋଇଛି । କୁଆପଥର ମାଡରେ ପନିପରିବା ଚାଷ ନଷ୍ଟ ହୋଇଛି । କୁଆପଥର ମାଡରେ ଅନେକ ଆଜବେଷ୍ଟସ ଘର ମଧ୍ୟ ଭଂଗି ଯିବା ସହ ଅନେକ କ୍ଷୟକ୍ଷତି ହୋଇଯାଇଛି, ବିଶେଷ
Read More...

ତୃତୀୟ ଦିନରେ ବିଙ୍ଗ ହ୍ୟୁମାନର ସ୍ୱେଚ୍ଛାକୃତ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସମୟ, ପୁଣି ପ୍ରଚଣ୍ଡ ଖରା । ଏହି ସମୟରେ ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଭାବ ଦେଖାଦେଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତିଦିନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ କରାଯାଇଛି । ଆଜି
Read More...

୧୫ ନୂଆ ଆକ୍ରାନ୍ତ ଚିହ୍ନଟ ଆଜି ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ଜଣେ ଚିହ୍ନଟ ହେ।।ଇଥିବା ବେଳେ ବେଲପଡ଼ା ବ୍ଲକ ଦର୍‌ଲିପାଲି ଗ୍ରା.ପ.ରୁ ୨ ଜଣ ଏବଂ କନ୍ଧେନଝୁଲା ଗ୍ରା.ପ.ରୁ
Read More...

ବଲାଙ୍ଗିର ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭର୍ଚୁଆଲ ମୋଡ଼ରେ ବଲାଙ୍ଗିର ଜିଲା ଅଧିନ ୧୪ ଟି ବ୍ଲକର ୫୦ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନେଇ ସଙ୍ଘର କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଜ୍ୟୋତିର୍ମୟ ମିଶ୍ର ମନୋନୀତ ହୋଇଥିବା ବେଳେ
Read More...

ଘେଁସରେ ସାହିତ୍ୟର ମହାକୁମ୍ଭ ‘ମେଲନ୍‌ ମେସନ୍‌’ ଉଦ୍‌ଯାପିତ : କବି ଅଭିମନ୍ୟୁ ଦେବତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ /କୋଶଲି ଭାଷା ଏକ ଗମ୍ଭିରତାର ସମୟରେ ଉପନୀତ ହୋଇଥିବା ବେଳେ ଏହାର ଅସଲ ବିକାଶ ନିମନ୍ତେ ସାରସ୍ୱତ ସାଧକମାନେ ଅଙ୍ଗିକାରବଦ୍ଧ ହେବା ଉଚିତ୍‌ । କବି, ଲେଖକ ତଥା ସଂଗଠକମାନଙ୍କ ସଚେତନା ମାନସିକତା ହିଁ ଭାଷା ସାହିତ୍ୟରେ ପରିବର୍ତନ ଆଣିବ ବୋଲି
Read More...

ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଅବହେଳିତ ଅବସ୍ଥାରେ : ସ୍କୁଲର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ମାଗଣାରେ ବହି, ପୋଷାକ, ସାଇକେଲ ଭଳି ଅନେକ ସାମଗ୍ରୀ ମାଗଣାରେ ଯୋଗାଉଛନ୍ତି । ହେଲେ ୨୮.୦୮.୧୯୬୩ ମସିହାରେ
Read More...

ବ୍ରହ୍ମଣୀରେ ନିଆଁ ଲାଗି ଘର ପୋଡ଼ିଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ପଂଚାୟତର ବ୍ରହ୍ମଣୀ ଗ୍ରାମର ଲାଲ ବଗର୍ତ୍ତିଙ୍କ ଘରେ ନିଆଁ ଲାଗି ଯିବାରୁ ତାଙ୍କର ୨ ବଖରା ଘର ପୋଡି ଯାଇଥିବା ଜଣାପଡିଛି । ନିଆଁ ପାର୍ଶ୍ଵ କ୍ଷେତରୁ ନିଆଁ ଝୁଲ ଉଡି ତାଙ୍କର ଛପର ଘରେ ପଡିଯିବାରୁ ଘରର ଆସବାହ ପତ୍ର, ମୋଟର
Read More...

ସାଂଘାତିକ ଅଭିଯୋଗ : ଲାଞ୍ଚ ଦେଇ ନପାରିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଗ୍ରାମ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତର ସରପଞ୍ଚଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇ ନପାରିବାରୁ ଘର ଖଣ୍ଡିଏ ପାଇ ପାରିଲେ ନାହିଁ । ସୂଚନା ଅନୁସାରେ ଜମରତଲା ଗ୍ରାମ ପଞ୍ଚାୟତ
Read More...

ବଲା‌ଙ୍ଗିର ସମେତ ଓଡ଼ିଶାର ୧୦ଟି ଜିଲ୍ଲାରେ ପୁଣି ନାଇଟ୍‌ କର୍ଫ୍ୟୁ ଆସନ୍ତା ୫ ତାରିଖରୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ପୁଣି ବଢ଼ୁଛି କରୋନା ସଂକ୍ରମଣ । ଓଡ଼ିଶାରେ କରୋନା ପୁଣି କାୟା ବି‌ସ୍ତାର କରିବାରେ ଲାଗିଛି । କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଢ଼ି ଚାଲିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ
Read More...

ଦେଓଗାଁ ଓଆଇସିଙ୍କ ବଦଳି, ଆସିବେ ଟିଟିଲାଗଡ଼ ଆଇଆଇସି : ନରକଙ୍କାଳ ଉଦ୍ଧାର ଓ ସୁନା ବ୍ୟବସାୟୀ ହତ୍ୟାର ରହସ୍ୟ ଖୋଲିବ ତ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର ଓଆଇସି ରଂଜନ ବରିହାଙ୍କୁ ଟିଟିଲାଗଡ଼ ଥାନାକୁ ବଦଳି ହୋଇଥିବା ଜଣାପଡିଛି । ତାଙ୍କ ବଦଲରେ ଟିଟିଲାଗଡ଼ ଥାନା ଆଇଆଇସି ପ୍ରଭାତ ରଂଜନ ମହାନ୍ତି ଦେଓଗାଁ ଥାନାକୁ ଆସିବେ । ଓଆଇସିଙ୍କ ବଦଳି ଜଣାପଡିବା ପରେ ଦେଓଗାଁ ଥାନା ଅଞ୍ଚଳରେ ଗୋଟିଏ ବର୍ଷରେ
Read More...