Browsing Tag

nuapada news

ଭାର ବୋହି ଚର୍ଚ୍ଚାକୁ ଆସିଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା : ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ । ମନରେଗା ଯୋଜନାରେ ହେଉଥିବା ମାଟି କାମରେ ଭାରରେ ମାଟି ବୋହିଛନ୍ତି ଜିଲ୍ଲାପାଳ । କେବଳ ଜିଲ୍ଲାପାଳ ନୁହେଁ କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି ।
Read More...

୫୬ କୁଇଣ୍ଟାଲ ମାଣ୍ତିଆ ହଡପ : ମାଣ୍ତିଆ ପାଇନାହାନ୍ତି ହିତାଧିକାରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମାଣ୍ତିଆ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ହେଲେ ଦିନକୁ ଦିନ ତାର ଗୁମର ଖୋଲିବାରେ ଲାଗିଛି । ଚଟିଆଗୁଡା ପଞ୍ଚାୟତରେ ୨୦୨୩ରୁ ମାଣ୍ତିଆ ବଣ୍ଟନରେ ଅନିୟମିତତା କରି ପ୍ରାୟ ୫୬
Read More...

୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକୁଲା ଠାରେ ତିନିଦିନ ବ୍ୟାପି ଅନୁଷ୍ଠିତ ହେଇଥିବା ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଶନିବାର ଉଦ୍‌ଯାପିତ ହୋଇଯାଇଛି । ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ବୁଧବାର ଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା
Read More...

ନୂଆପଡାରେ ନାବାର୍ଡ ପ୍ରାୟୋଜିତ ବିରାଟ ଋଣ ମେଳା ସହିତ ଆର୍ଥିକ ଓ ଡିଜିଟାଲ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ସହର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଜାତୀୟ ତଥା ଘରୋଇ ବ୍ୟାଙ୍କକୁ ନେଇ ନାବାର୍ଡ ପ୍ରାୟୋଜିତ ଏକ ବିରାଟ ଋଣ ମେଳା ଆୟୋଜନ କରାଯାଇଥିଲା । ଏହି ଋଣ ମେଳାରେ ୨୨୫ ଜଣ ହିତାଧୀକାରୀଙ୍କୁ ମୋଟ ୧୪ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା
Read More...

ବିପୁଳ ପରିମାଣର ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ ଜବତ : ଗାଡି ଛାଡି ଡ୍ରାଇଭର ଫେରାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଫ୍ଲ୍ୟାଇଙ୍ଗ୍ ସ୍କ୍ଵାର୍ଡ଼ ଇନ୍ସପେକ୍ଟର ସୁରେଶ ତାଣ୍ଡିଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୋମନା ଥାନା ଅନ୍ତର୍ଗତ ସେମେଲପାଲି ପାଖରେ ବଲାଙ୍ଗିର ଜିଲ୍ଲା ଲାଠୋର ପଟୁ ମାଲ ବୋଝେଇ ଏକ ବୋଲେରୋ
Read More...

ନିଳଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ଉନ୍ମେଷ” ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଳଜୀଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ "ନବ ଉନ୍ମେଷ "ଅନୁଷ୍ଠିତ ହୋଇଯାଇଛି । ସିନାପାଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଜ୍ଞାନ ବିଜ୍ଞାନ, କଳା ସଂସ୍କୃତିର‌ ମହୋତ୍ସବ ବିଦ୍ୟାଳୟର ବାର୍ଷିକ ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ଅବ୍ୟବସ୍ଥା ଘେରରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟ : କେବେ ପଡ଼ିବ ପ୍ରଶାସନର ଦୃଷ୍ଟି

ନୂଆପଡ଼ା, (କେପିଏନ୍‌ଏସ୍‌) : ପୂର୍ବ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ରୂପାନ୍ତରିକରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଶିକ୍ଷାନୁଷ୍ଠାନ ମାନଙ୍କୁ ପ୍ରଦାନ କରିବା ସହ ସ୍ମାର୍ଟ କ୍ଲାସ ସହିତ ଅନେକ ପ୍ରକାର ବ୍ୟବସ୍ଥା ପାଇଁ ଅଟକଳ ପ୍ରଦାନ କରିଥିଲେ । ହେଲେ ଆଜିକୁ ନୂଆ ସରକାର
Read More...

୨୧ମାସର ଭତ୍ତା ଟଙ୍କା ହଡପ ଘଟଣାରେ ଦଳିତ ଅଧିକାର ମଞ୍ଚର ସିନାପାଲି ବ୍ଲକ ସମ୍ମୁଖରେ ଗଣ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତରେ କୁନ୍ତି ମେହେରଙ୍କ ୨୧ ମାସର ଭତ୍ତା ଟଙ୍କା ହଡପ କରିଥିବା ଅଭିଯୋଗରେ ଦୁର୍ନୀତି କରିଥିବା ପିଇଓଙ୍କ ବିରୋଧରେ ବହିଷ୍କାର ଦାବି କରି ଦଳିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛି । ଦୀର୍ଘ
Read More...

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ନୂଆପଡ଼ା, (କେପିଏନ୍‌ଏସ୍‌) : ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ୬୫ ଗୋଟି ଦରଖାସ୍ତ
Read More...