oum

ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୪୪.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ରୋହିତ ନାଗ ସର୍ବାଧିକ ୫୪ ରନ୍ ଓ ତନୁ ଶୁଭମ ୪୧ ରନ୍ କରିଥିଲେ । ନାଏକ ଏକାଡେମୀ ତରଫରୁ ଏସାନ ଅଙ୍ଗଶୁ ନାମଦେବ ୩ ଗୋଟି ଓ ଆୟୁଷ ପାଣିଗ୍ରାହୀ ୨ଟି ୱିକେଟ ଅକ୍ତିଆର କରିଥିଲେ ।

୨୦୫ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନାଏକ ଏକାଡେମୀ ୩୮.୩ ଓଭରେ ସମସ୍ତ ‌ୱିକେଟ ହରାଇ ମାତ୍ର ୧୩୧ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ, ଏହି ମ୍ୟାଚକୁ ୭୩ ରନ ବ୍ୟବଧାନରେ ହାରି ଯାଇଥିଲେ । ନାଏକ ଏକାଡେ଼ମୀ ତରଫରୁ ଆୟୁଷ ସାହୁ ସର୍ବାଧିକ ୨୯ ରନ୍ ଓ ଅଂଶୁମାନ ପରିଡ଼ା ୨୦ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ତନୁ ଶୁଭମ ୪ଟି, ଧର୍ମେନ୍ଦ୍ର ମିଶ୍ର ଓ ସନ୍ତୁ ମିଶ୍ର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବର ତନୁ ଶୁଭମଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ରାଜେନ୍ଦ୍ର ସେଠ ଓ ମୁକେଶ ‌ସ୍ୱାଇଁ ପରିଚାଲନା କରିଥିବା ବେଳେ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.