ଅଷ୍ଟ୍ରେଲିଆ ବୋଲର ଜୋସ୍‌ ହଜଲଉଡଙ୍କ ବଲର ଶିକାର ହେଲେ ପୂଜାରା : ବ୍ୟାଟ୍‌ ଫିଙ୍ଗିବା ସହ କ୍ରିଜରେ ହିଁ ଶୋଇଗଲେ

ବ୍ରିସବେନ୍‌ : ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଶିକାର େହଇଛନ୍ତି ପୂଜାରା । ପୂଜାରାଙ୍କୁ ବଲ୍‌ ବାଜି କହୁଣୀ ଓ ହାତରେ ଜୋର ଆଘାତ ଲାଗିଛି । ଜୋସ୍‌ ହଜଲଉଡଙ୍କ ବଲରେ ୪୮.୨ ଓଭରରେ ପୂଜାରାଙ୍କ ହାତରେ ବଲ୍‌ ବାଜିଥିଲା । ଗୋଭସ୍‌ ପିନ୍ଧିବା ସତ୍ତ୍ୱ ସେ କଷ୍ଟରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବଂ ଫଟୋ ଏବେ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ସେୟାର କରାଯାଇଛି । ବଲଟି ଏତେ ଦ୍ରୁତ ଗତିରେ ଆସି ପୂଜାରାଙ୍କ ହାତରେ ବାଜିଥିଲା ଯେ, ସେ ଯନ୍ତ୍ରଣାରେ ଜର୍ଜରିତ ହୋଇ ପଡିଥିଲେ । ଏପରିକି ବ୍ୟାଟ୍‌ ପିଙ୍ଗି ଦେଇ ସେ ପଡିଆରେ ଶୋଇ ଯାଇଥିଲେ । ଆଜିଙ୍କ୍ୟ ରାହାଣେ ତାଙ୍କ ପାଖକୁ ଯାଇ ହାଲଚାଲ୍‌ ପଚାରିଥିଲେ । ତୁରନ୍ତ ଫିଜିଓ ଆସି ତାଙ୍କର ପରୀକ୍ଷା କରିଥିଲେ । ଏଥିପାଇଁ କିଛି ସମୟ ମ୍ୟାଚକୁ ରୋକିବାକୁ ପଡିଥିଲା ।

Leave A Reply

Your email address will not be published.