ଆଉ ଆଇପିଏଲ୍‌ ଖେଳିବେ ନାହିଁ ଏହି ପ୍ରସିଦ୍ଧ ଖେଳାଳି

ଶ୍ରୀଲଙ୍କା : ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ପ୍ରାଞ୍ଚାଇଜି କ୍ରିକେଟକୁ ବାଏ ବାଏ କହିଛନ୍ତି । ୨୦୨୧ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଥିବା ଖେଳାଳିଙ୍କ ମଧ୍ୟରେ ମାଲିଙ୍ଗାଙ୍କ ନାଁ ରହିଛି । ଏହାପରେ ଏକ ବିବୃତି ଜାରି କରି ମାଲିଙ୍ଗା ପ୍ରାଞ୍ଚାଇଜି କ୍ରିକେଟକୁ ଅଲବିଦା କହିଛନ୍ତି । ସେ କହିଛନ୍ତି, ପ୍ରାଞ୍ଚାଇଜି କ୍ରିକେଟରୁ ଅବସର ନେବାର ଏହା ପ୍ରକୃତ ସମୟ । ପରିବାରକୁ ସମୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ମାଲିଙ୍ଗା ଆଇପିଏଲରେ ସର୍ବାଧିକ ଉଇକେଟ ଦଖଲକାରୀ ହେବାର ରେକର୍ଡ ନିଜ ନାଁରେ ରଖିଛନ୍ତି । ସେ କ୍ରିକେଟରେ ଏଯାଏ ୧୭୦ଟି ଉଇକେଟ ନେଇଛନ୍ତି । ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣଠାରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ସେ ଜଡିତ ଥିଲେ ।

Leave A Reply

Your email address will not be published.