ଓସିଏ ଭିଜନ୍‌ ୨୦୨୪ : ଉଭୟ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ-୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟୀ ହୋଇଛି ।

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ଆଜି କଣ୍ଟାବାଞ୍ଜି ଦଳ ଓ ମହାଲକ୍ଷ୍ମୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାଲକ୍ଷ୍ମୀ କ୍ରିକେଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୩୨.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୬ ରନ୍‌ କରିବାକୁ ସମର୍ଥ ହୋଇଥିଲେ । ଦଳ ତରଫରୁ ରାଜେଶ ସାହୁ ସର୍ବାଧିକ ୫୧ ରନ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ଜିତେଶ ବଗର୍ତ୍ତି ସର୍ବାଧିକ ୪ଗୋଟି ଓ ଅଭୀଷେକ ଚୋଧୁରି ୩ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୭୭ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ କଣ୍ଟାବାଞ୍ଜି ଦଳ ୨୩.୧ ଓଭରେ ୬ ଉଇକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟୀ ହୋଇଥଲେ । କଣ୍ଟାବାଞ୍ଜି ଦଳ ତରଫରୁ ସେମସନ୍‌ ସେନାପତି ସର୍ବାଧିକ ୭୪ ଓ ଜିତେଶ ବଗର୍ତ୍ତି ୨୭ ରନ ସଂଗ୍ରହ କରିଥିଲେ । ମହାଲକ୍ଷ୍ମୀ କ୍ରିକେଟ ଦଳ ତରଫରୁ ରୋହିତ ପଞ୍ଚବିହାର ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିଲେ । କଣ୍ଟାବାଞ୍ଜି ଦଳର ଜିତେଶ ବଗର୍ତ୍ତିଙ୍କୁ ତାଙ୍କ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ମନୋନିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ରଜତ କୁମାର ଦାଶ ପରି·ଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ପାଟଣାଗଡ ଷ୍ଟାଡିୟମଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି କଣ୍ଟାବାଞ୍ଜି କ୍ରିକେଟ ଦଳ ଓ ଖପ୍ରାଖୋଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି କ୍ରିକେଟ ଦଳ ଟସ୍‌ ଜିତିବା ସହ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଉଇକେଟ ବିନିମୟରେ ୪୦୭ ରନ୍‌ର ବିଶାଳ ସ୍କୋର କରିଥିଲା । ଦଳ ତରଫରୁ ଅଗସ୍ତି ତାଣ୍ଡି ସର୍ବାଧିକ ୧୧୦ ଓ ଯଶୋବନ୍ତ ୮୮ରନ୍‌ କରିଥିଲେ । ଖପ୍ରାଖୋଲ ଦଳ ତରଫରୁ ସଂଗ୍ରାମ ବାହୁକ ଓ ସୁଜିତ ୨ ଗୋଟି ଲେଖାଏଁ ଓି୍ୱକେଟ ଅକ୍ତିଆର କରିଥିଲେ । ୪୦୮ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଖପ୍ରାଖୋଲ ଦଳ ୨୨.୫ ଓଭରେ ୯ ୱିକେଟ ହରାଇ ମାତ୍ର ୧୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଦଳର ଅନ୍ତିମ ବ୍ୟାଟ୍ସମ୍ୟାନ ରଟାୟାର୍ଡ ହର୍ଟ ହୋଇଥିଲେ । ଖପ୍ରାଖୋଲ ଦଳ ତରଫରୁ ସଂଗ୍ରାମ ବାହୁକ ୪୭ ଓ ପିତାମ୍ବର ମାଝୀ ୨୩ ରନ କରିଥିଲେ । କଣ୍ଟାବାଞ୍ଜି କ୍ରିକେଟ ଦଳ ତରଫରୁ ସମୀର ଖାନ ସର୍ବାଧିକ ୫ଗୋଟି ଓ ରୁଦ୍ର ବାଗଙ୍କୁ ୨ଗୋଟି ଉଇକେଟ ମିଳିଥିଲା । ଫଳରେ କଣ୍ଟାବାଞ୍ଜି ୟଙ୍ଗ କ୍ରିକେଟ ଦଳ ୨୯୩ ରନ ରେ ବିଜୟୀ ହୋଇଥିଲେ । ଏହି ମ୍ୟାଚରେ ସମୀର ଖାନଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷିତ କରା ଯାଇଥିଲା । ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ରାଜେନ୍ଦ୍ର ସେଠ ଓ ସମୀର ପାଣିଗ୍ରାହୀ ପରି·ଲନା କରିଥିବା ବେଳେ ଶୁଭମ ନାଏକ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.