ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ମାର୍ଚ୍ଚ ୧୧ ତାରିଖର ଜାତୀୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଓଡିଶା ଏହି ପ୍ରତିଯୋଗିତାରେ ଏଲଟି ଗୃପରେ ଅଛି । ଏଥି ସହିତ ଝାରଖଣ୍ଡ, ହାଇଦ୍ରାବାଦ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ଏହି ଏଲଟି ଗୃପରେ ଅଛନ୍ତି । ଓଡିଶା ତାହାର ପ୍ରଥମ ମ୍ୟାଚ୍ ଝାରଖଣ୍ଡ ସହିତ ଖେଳିବ । ଓଡିଶା ମହିଳା ଦଳରେ ବଲାଙ୍ଗିରର ୫ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ତା’ ମଧ୍ୟରୁ ରାମେଶ୍ୱରୀ ନାଏକ ଓ ରଶ୍ମିତା ଚିନାରା ପ୍ରଥମ କରି ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇଛନ୍ତି । ଏହି ଦଳରେ ଓଡିଶାର ପ୍ରଥମ ଆନ୍ତଃ ରାଷ୍ଟ୍ରିୟ ମହିଳା ଖେଳାଳି ମାଧୁରି ମେହେଟା ଓ ରୋଶାନାରା ପରୱିନ ଓ ଜୋନାଲ ଖେଳାଳି ସରିତା ମେହେର ମନୋନୀତ ହୋଇଛନ୍ତି । ଖେଳାଳି ମାନଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରିଡାସଂସଦ ଓ କ୍ରିଡାପ୍ରେମୀ, ସମସ୍ତ ଖେଳାଳି ଓ କୋଚ୍ ଅରୁଣ କୁମାର ନାଏକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Prev Post
Next Post