ହେଟା ହେନ୍ତା ହେବାନ’

ଗାଁ ଗୁଟା ଲୋକ୍‌ ଠୁଲେଇ କରି ମାଷ୍ଟର୍‌ ବବା ମିଟିଂ କଲେ । ବଏଲେ, ମୁଇଁ ଇ’ଖେପି ଆମର୍‌ ପଞ୍ଚାୟତ୍‌ର ସରପଞ୍ଚ ଲାଗି ଠାଡ଼୍‌ ହେଇଛେଁ । ମୁଇଁ ଜିତ୍‌ଲେ ଗାଁ ଜିତ୍‌ଲା ବାଗିର୍‌ଟା । ମତେ ମାହାପୁରୁ ଛୁଆପୁତା ନେଇଁଦେଇ, ତମେ ମାନେ ଏକା ମୋର୍‌ ଛୁଆପିଲା, ସଁସାର୍‌ । ମାଷ୍ଟର୍‌ ଚାକିରି ସର୍‌ଲା ଉତ୍‌ରୁ ଗାଁର୍‌ ସେବା କର୍‌ମି ବଲି ଭାବୁଛେଁ । ତମେ ମାନେ ମତେ ଯଦି ସୁଯୋଗ ଦେବ ବଏଲେ ମୁଇଁ ଧଏନ୍‌ ହେମି । ଆର୍‌ଗୁଟେ କଥା । ମୁଇଁ ଯଦି ଠିକ୍‌ ଭାବେ ପଞ୍ଚାୟତ ଚଲେଇ ନେଇଁ ପାର୍‌ବାର୍‌ କି ଗାଁର୍‌ ମଙ୍ଗଲ୍‌ କରି ନେଇଁ ପାର୍‌ବାର୍‌ ବଲି ଗାଁ ପଁଚ୍‌ ଯେତେବେଲେ ବି କହେବା, ମୁଇଁ ମୋର୍‌ ପଦ୍‌ ଛାଡ଼ିଦେମିଁ । ଗାଁ ପଁଚ୍‌ କେ ମୁଇଁ ଏଛିନ୍‌ ଲେଖି ଦଉଛେଁ ।

ମିଟିଂ ଥି ଗର୍‌ଜି ଗଲା ତାଲି । ସଭେ ୱା ୱା କଲେ । ଯେ’ ଯେନ୍‌ତା ଗାଁର୍‌ ଅସୁବିଧା ସୁବିଧାର୍‌ କଥା କହେଲେ । କିଏ ଇନ୍ଦିରା ଆବାସ ନେଇଁ ପାଏବାର୍‌, କିଏ ବୁଢ଼ାବୁଢ଼ୀ ଭତ୍ତା ନେଇଁ ପାଏବାର୍‌, ସବୁ ଉଘାଲେ । ଝନେ ଗାଁର୍‌ ଜଗନ୍ନାଥ୍‌ ମନ୍ଦିରର୍‌ ମୁଡ଼ି ମାର୍‌ବାର୍‌ କଥା ବି କହେଲେ । ମାଷ୍ଟର୍‌ ବବା ସମ୍‌କୁ ବୋଧ୍‌ ଦେଇକରି ବଏଲେ – ଆଏବାର୍‌ ସମିଆଁ ଥି ସବୁ ଠିକ୍‌ଠାକ୍‌ ହେଇଯିବା । ତମେମାନେ ଯାହା ଚାହେଁବ, ସେ କବାର୍‌ କର୍‌ମା । ସରକାର୍‌ ପଏସା ଦଉଛେ । ତାହାକେ ଠିକ୍‌ ଭାବେ ବେଭାର୍‌ ନେଇଁ କର୍‌ବାର୍‌ ଗାଁର ନେତାମାନେ ବଲି ଏନ୍‌ତା ସବୁ ଅଭାବ୍‌ ଅସୁବିଧା ରହୁଛେ । ଇନୁ ଇଆଡ଼୍‌କେ ଆର୍‌ ହେନ୍‌ତା ନେଇଁ ହୁଏ । ଆମର୍‌ ପଞ୍ଚାୟତ ଆମେ ଚଲାମା ।

ଆର୍‌ ଘାଏ ତାଲି ଗର୍‌ଜି ଗଲା । ଦୁଲ୍‌ଦୁଲେଇ ଗଲା ମିଟିଂ ଠାନ୍‌ । ଘଂଟା ଦୁଏ ଭାଜୁର୍‌ କୁଟୁର୍‌ ହେଲା ଉତାରୁ ମିଟିଂ ସର୍‌ଲା । ଲୋକ୍‌ ଭାଗ୍‌ଡ଼ି ହେଲେ । ତଥାପି ଗାଁର ଝନା ପାଁଚେ ମାଷ୍ଟର୍‌ ବବାର୍‌ ପାଖ୍‌ ପାଖ୍‌ ହଉଥାଅନ୍‌ । ମାଷ୍ଟର୍‌ ବବା ଖୁଲାମେଲା ଲୋକ୍‌ । ବଏଲେ – କାଣାଁ କହେବ କାଏଁ ବୋ’ ପିଲେ? କହ…. । ସେ ଝନା ପାଁଚେକର୍‌ ଭିତ୍‌ରୁ ଝନେ ବଏଲା – ସବୁ କଥା ଠିକ୍‌ ଯେ’ ବବା, ଭୋଟ୍‌ ପିଛା ଆମର୍‌ ଗାଁ ଥି ହଜାରେ ଟଙ୍କା ଗଲାନ’ । ଆର ପାର୍ଟି ଆସିକରି କହିଦେଇଛେ ସମ୍‌କୁ ଗୁଟେ ଭୋଟ୍‌ କେ ହଜାରେ ଦେବା ପରେ । ତମର୍‌ଟା କେନ୍‌ତା କର୍‌ବ?

ମାଷ୍ଟର୍‌ ବବା କାବା ହେଇଗଲେ । ବଏଲେ – ହଏରେ ବାବୁମାନେ, ମୁଇଁ ପାଁଚ୍‌ ବଛର୍‌ ତକ୍‌ ତମର୍‌ ପଞ୍ଚାୟତ୍‌ର ଉନ୍ନତି ଲାଗି ହଲିଆ ରହେମି ବଲୁଛେଁ । ତମର୍‌ ମାନ୍‌କର୍‌ ସେବା କର୍‌ବାର୍‌କେ ତମ୍‌କୁ ଗୁହାରି କରୁଛେଁ । ମୁଇଁ ରିଟାଆଡ଼୍‌ ମାଷ୍ଟର୍‌ ଝନେ । ଜମି ନାଇଁ କି ବାଡ଼ି ନାଇଁ । କୁରିଆ ଗୁଟେ ଥି ବୁଢ଼ାବୁଢ଼ୀ ରହୁଛୁଁ । ଚାକିରି ଥିଲା ବେଲ୍‌କେ ବି ପକ୍କା ଘର୍‌ ବଖ୍‌ରେ କେଭେ ବନେଇ ନେଇଁ ପାର୍‌ଲିଁ । ବୁଢ଼ୀର୍‌ ଦିହିଁ ସଲ୍‌ଖେଇ ସଲ୍‌ଖେଇ ମୋର୍‌ ଦିନ୍‌ ପଲେଇଗଲା । ପେନ୍‌ସନ୍‌ ଟିକାକ ଥି ଏଛିନ୍‌ ଚଲୁଛୁଁ ଦୁହି ପ୍ରାଣୀ । ମୁଇଁ କେନୁଁ ପଏସା ପାଏମି ଯେ’ ତମ୍‌କୁ ଦେମି? ତେନ୍‌କେ ତମର୍‌ ବିଚାର୍‌… ଚାହେଁବ ବଏଲେ ଭୋଟ୍‌ ଦେବ, ନେଇଁ ହେଲେ ନେଇଁ ।

ସେ ଝନା ପାଁଚେକର୍‌ ଭିତ୍‌ରୁ ଝନେ ବଏଲା – ମାଷ୍ଟର୍‌ ବବା, ହେଟା ହେନ୍ତା ହେବାନ’…!!

  • ଆନଂଦ ଚଂଦ୍ର ସାହୁ
Leave A Reply

Your email address will not be published.