ନିଜ ହାତମୁଠାରେ ରହିଛି ଆନନ୍ଦ

  • ସୁଶ୍ରୀ ସ୍ନେହଲତା

ଆଜିର ମଣିଷ ନାନା ପ୍ରକାର ଜଟିଳତା ଓ ସମସ୍ୟା ଦେଇ ଗତି କରୁଛି । ବହୁ ପରିଶ୍ରମ ତଥା ଚେଷ୍ଟା ପରେ ମଧ୍ୟ ମଣିଷକୁ ଆନନ୍ଦ ମିଳୁ ନଥିବା ବେଳେ ଆନନ୍ଦର ସନ୍ଧାନରେ ଆଜି ମଣିଷ । କିନ୍ତୁ ବାସ୍ତବରେ ମଣିଷର ହାତମୁଠାରେ ରହିଛି ଆନନ୍ଦ । କସ୍ତୁରୀ ମୃଗ ନିଜ ନାଭିମଣ୍ଡଳରେ କସ୍ତୁରୀ ବହନ କରି ସାରା ଜଂଗଲରେ ଯେଭଳି କସ୍ତୁରୀ ଖୋଜି ବୁଲୁଥାଏ, ଆଜିର ମଣିଷ ସେଭଳି ଆନନ୍ଦକୁ ଖୋଜି ବୁଲୁଛି । ଅଥଚ ନିଜ ଭିତରେ ଆନନ୍ଦ ରହିଥିବା ସେ ଅନୁଭବ କରି ପାରୁନାହିଁ । ଆସନ୍ତୁ, ନିଜ ଭିତରେ ଆନନ୍ଦ ଖୋଜିବା ।

  • ଦୁଃଖରେ ମାତ୍ରାଧିକ ବିଚଳିତ ହୁଅନ୍ତୁ ନାହିଁ କିମ୍ବା ସୁଖରେ ସୀମାବାହାର ଖୁସି ହୁଅନ୍ତୁ ନାହିଁ ।
  • ଶୃଙ୍ଖଳିତ ଜୀବନ ଆନନ୍ଦର ଗନ୍ତାଘର ବୋଲି ବିଜ୍ଞଜନମାନେ କୁହନ୍ତି । ଏଣୁ ଏଦିଗରେ ସଚେତନ ହୁଅନ୍ତୁ ।
  • ଅମୂଲ୍ୟ ମାନବ ଜୀବନ ପ୍ରାପ୍ତ ହୋଇଥିବାରୁ ନିଜକୁ ଧନ୍ୟ ମନେକରନ୍ତୁ ।
  • ମନେ ରଖନ୍ତୁ, ସଂଘର୍ଷ କିମ୍ବା ବିବାଦ କୌଣସି ବି ସମସ୍ୟାର ସମାଧାନ କରିପାରେନାହିଁ । ଏଣୁ ସ୍ଥିର ଚିତ୍ତରେ ସମସ୍ୟାର ସମାଧାନ ପାଇଁ ରାସ୍ତା ବାଛନ୍ତୁ ।
  • ମିଛ ଅହଂକାର ଠାରୁ ଦୂରେଇ ରୁହନ୍ତୁ ।
  • ନିଜର ପ୍ରତିଷ୍ଠା ପାଇଁ ଅନ୍ୟ କାହାର ମାନହାନୀ କରନ୍ତୁ ନାହିଁ ।
  • ଜଗତର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତୁ ।
  • ଅନ୍ୟକୁ ସାହଯ୍ୟ ସହଯୋଗ କରିବା ଦିଗରେ ଅବହେଳା କରନ୍ତୁ ନାହିଁ ।
  • ଆଧ୍ୟାତ୍ମିକତା ପ୍ରତି ସର୍ବଦା ନିଜ ଜୀବନକୁ ବାନ୍ଧି ରଖନ୍ତୁ ।
  • ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମା ଓ ପ୍ରେମ ବଳରେ ବିଜୟ ସୁନିଶ୍ଚିତ । ଏସବୁକୁ ନେଇ ନିଜ ଜୀବନରେ ପରୀକ୍ଷା କରନ୍ତୁ ।
  • ଜୀବନରେ ଯାହା ମିଳିଛି, ସେଥିରେ ସନ୍ତୁଷ୍ଟ ହୁଅନ୍ତୁ ।
  • ଅଧିକ ଧନ ଲୋଭରେ କୁପଥଗାମୀ ହୁଅନ୍ତୁ ନାହିିଁ ।
Leave A Reply

Your email address will not be published.