oum

‘ୱାର୍ଲ୍ଡ ଭିଜନ’ ଏବଂ ‘ଭାଇ’ ତରଫରୁ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାର୍ଲ୍ଡ ଭିଜନ’ ଏବଂ ‘ଭାଇ’ ତରଫରୁ ଏକ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ଭୁବନେଶ୍ଵରୀ ହୋଟେଲ୍ ଠାରେ ଅନୁଷ୍ଠିତ ହୋଇସାରିଛି । ଉକ୍ତ କର୍ମଶାଳାରେ ଡାକ୍ତର ଶଙ୍କର୍ଷଣ ପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ଯତ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ଅଗ୍ରୱାଲ ଯୋଗଦେଇ ଶିଶୁମାନଙ୍କ ପ୍ରତି ହେଉଥିବା ଯୌନଶୋଷଣ ଉପରେ ବୁଝାଇଥିଲେ । ସମ୍ମାନୀତ ବକ୍ତା ଭାବେ ଆଇନଜୀବୀ ଟି.କେ.ରେଡ୍ଡୀ ଯୋଗଦେଇ ଶିଶୁମାନଙ୍କ ପ୍ରତି ଥିବା ଆଇନଗତ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ଶିଶୁମାନଙ୍କ ଅଧିକାର ଓ ପିତାମାତାଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ବୃନ୍ଦାବନ ପଣ୍ଡା ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମଟିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭାଇ’ର ରାଜ୍ୟ ସଂଯୋଜକ ଦେବାନନ୍ଦ ମହନ୍ତ ସଭାପତିତ୍ବ କରିଥିବା ବେଳେ ‘ୱାର୍ଲ୍ଡ ଭିଜନ’ର ଜିଲ୍ଲା ସଂଯୋଜକ ଧିରେନ୍ କୁମାର ପରିଚାଳନା କରିଥିଲେ । ‘ଭାଇ’ର କ୍ଷେତ୍ର ଅଧିକାରୀ ସୁବ୍ରତ କୁମାର ବିଷୋୟୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋକୁଳ ଦାସ, ଅରୁଣ ଶତପଥୀ, ଡାକ୍ତର ଦେବୀ ପ୍ରସାଦ ପଟ୍ଟନାୟକ, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ମଧୁସୂଦନ ପାଣିଗ୍ରାହୀ, ଡାକ୍ତର ସିଦ୍ଧାର୍ଥ ଶତପଥୀ, ଡାକ୍ତର ପ୍ରଶାନ୍ତ କୁମାର ପତି, ଡାକ୍ତର ଗାନ୍ଧୀ ଚୌଧୁରୀ, ଡାକ୍ତର ରାଜେନ୍ଦ୍ର ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ଶତପଥୀ, ଡାକ୍ତର ଅଭୟ କୁମାର ନାୟକ, ଡାକ୍ତର ସୌମେନ୍ଦ୍ର ବେହେରା, ଡାକ୍ତର ପ୍ରିୟବ୍ରତ ଦାସ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ବିଷୟରେ ନିଜନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ଏହି କାର୍ଯ୍ୟକ୍ରମଟି କେବଳ କୋଡ଼ିଏ ଜଣ ଡାକ୍ତରଙ୍କୁ ନେଇ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.