oom

କଣମଣା ପଞ୍ଚାୟତ ଭୋଟ ପ୍ରଚାରରେ ରାମଚନ୍ଦ୍ର ପଣ୍ଡା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ପୂର୍ବତନ ସରପଞ୍ଚ ଶ୍ରୀମତୀ ବିଜୟ ଲକ୍ଷ୍ମୀ ବେହେରା ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ଭୋଟ ପ୍ରଚାରରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ୍ନ ବୋର୍ଡର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଏହି ଉପଲକ୍ଷେ ଆୟୋଜିତ ଏକ ରାଲିରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ତାତ୍କାଳୀନ ସମୟରେ ଉପବାଚସ୍ପତି ଥିବା ବେଳେ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଏଠାରେ ସରପଞ୍ଚ ଥିଲେ, ସେତେ ବେଳରୁ ଆଜି ଯାଏଁ ଶ୍ରଦ୍ଧାସମ୍ପର୍କ ଅତୁଟଥିବା ହେତୁ ଶ୍ରୀ ପଣ୍ଡା ବ୍ୟକ୍ତିଗତ ଭାବେ ଏହି ରାଲି ସମାବେଶରେ ଯୋଗଦେଇ ଶ୍ରୀମତୀ ବେହେରାଙ୍କୁ ସୂର୍ୟ୍ୟ ଚିହ୍ନରେ ମୋହର ଦେଇ ଜୟଯୁକ୍ତ କରିବା ନିମନ୍ତେ ଘରେ ଘରେ ଭୋଟ ଭିକ୍ଷା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀପଣ୍ଡାଙ୍କ ଘନିଷ୍ଠ ଆଡ଼ଭୋକେଟ ଯୁବନେତା ଧର୍ମାରେଡ୍ଡୀ, ଆଡ଼ଭୋକେଟ ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖ ବିଜେଡି ସମର୍ଥିତ ବହୁବ୍ୟକ୍ତି ନେତା ଓ କର୍ମୀ ବହୁସଂଖ୍ୟାରେ ଯୋଗଦେଇ କଣମଣା ଗ୍ରାମ ପଞ୍ଚାୟତର ପୁରୁଣାଛତ୍ରପୁର, ତରେଇପାଟପୁର, ଟାକିରିଆ-ବ୍ରହ୍ମପୁର, କଣମଣା ଆଦିଗ୍ରାମ ବୁଲିବୁଲି ଭୋଟ ପ୍ରଚାରରେ ବାହାରିଥିଲେ ।

jittmm
Leave A Reply

Your email address will not be published.