ସରପଞ୍ଚ ସଂରକ୍ଷଣ ତାଲିକା ପ୍ରକାଶନ ପରେ ମଦନପୁରବାସୀ ଅସନ୍ତୋଷ : ପରିବର୍ତ୍ତନ ନ ହେଲେ ଭୋଟ ବର୍ଜନ ନିଷ୍ପତି

କଳାହାଣ୍ଡି, (ପି. କେ. ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ପରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପଞ୍ଚାୟତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଗୁରୁବାର ରାତିରେ ମଦନପୁରବାସୀ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ । ପୂର୍ବ ତାଲିକାରେ ସରପଞ୍ଚ ପାଇଁ ଅଣସଂରକ୍ଷିତ ମହିଳା ଥିବା ବେଳେ ଚୂଡାନ୍ତ ତାଲିକାରେ ଅନୁସୂଚୀତ ଜନଜାତି ମହିଳା ଅଛି । ଏନେଇ କଣ ପାଇଁ ପରିବର୍ତ୍ତନ କରାଗଲା କିଏ ଅଭିଯୋଗ କରିଛନ୍ତି ଆଲୋଚନା କରି ଉତ୍ତେଜନା ହେବା ସହ ଆସନ୍ତାକାଲି ଇଲେକ୍ସନ କମିଶନର ଏବଂ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବୁ ଯଦି ପୂର୍ବ ତାଲିକା ଅନୁଯାଇ ସରପଞ୍ଚ ଅଣସଂରକ୍ଷିତ ମହିଳା ପରିବର୍ତ୍ତନ ନ ହୁଏ ଆମେ ମଦନପୁରବାସୀ ଭୋଟ ବର୍ଜନ କରିବୁ ବୋଲି ଆମ ସମ୍ବାଦ ପ୍ରତିନିଧି ପ୍ରଦିପ କୁମାର ସାହୁଙ୍କୁ ବର୍ତ୍ତମାନ ସରପଞ୍ଚ ରାଜେଶ ଧଙ୍ଗଡ଼ା ମାଝୀ, ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ସହଦେବ ପାଢ଼ୀ, ସୁଦର୍ଶନ ଦଣ୍ଡିଆ, ଦୁଷ୍ମନ୍ତ ଥାପା ପ୍ରମୁଖ ଜଣାଇ ଥିଲେ ।ବୈଠକରେ ଅଞ୍ଚଳର ଶହ ଶହ ଭୋଟର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.