om academy

ବାଉଁଶଅଣ୍ଟା ଗ୍ରାମବାସୀଙ୍କ ଦ୍ୱାରା ଭୋଟ୍ ବର୍ଜନ

jsm

ଯାଜପୁର : ଯାଜପୁର ଜିଲ୍ଲାର ସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତର ୧୮ ଓ ୧୯ ନଂ. ବୁଥରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି । ଏହି ଗ୍ରାମର ଲୋକେ ନିକଟସ୍ଥ ଜାବରା ପଞ୍ଚାୟତରେ ନିଜ ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରି ଚଳିତ ନିର୍ବାଚନରେ ବାଉଁଶଅଣ୍ଟା ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, ପୂର୍ବରୁ ଏହି ଗାଁଟି ଜାବରା ପଞ୍ଚାୟତରେ ସାମିଲ ଥିଲା । ଏବେ ଏହି ଗାଁଟି ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ ଥିବାରୁ ଗ୍ରାମବାସୀ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ଫଳ ମିଳୁନାହିିଁ, ତେଣୁ ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.