oom

ଦ୍ୱିତୀୟ ଦିନରେ ଭୋଟ ଗଣତି : ବିଜେଡ଼ି ୧୧ଟି ଜୋନ୍‌ରେ ଓ ବିଜେପି ୩ଟି ଜୋନ୍‌ରେ ଆଗୁଆ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋଟ ଗଣତିର ଦ୍ୱିତୀୟ ଦିନରେ ବଲାଙ୍ଗିର ଜିଲ୍ଲା ପରିଷଦ ଆସନରେ ପୁଣି ଦବ୍‌ଦବା ଦେଖାଇଛି ବିଜେଡ଼ି । ଆଜି ଗଣତି ଚାଲିଥିବା ୧୪ଟି ଜିଲ୍ଲା ପରିଷଦ ଆସନରୁ ୧୧ଟିରେ ବିଜେଡ଼ି ଆଗୁଆ ରହିଥିବା ବେଳେ ମାତ୍ର ୩ଟି ଆସନରେ ବିଜେପି ଆଗୁଆ ରହିଥିବା ସଂଧ୍ୟା ୬ଟା ପର୍ଯ୍ୟନ୍ତ ନିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । କୌଣସି ଆସନରେ ବି କଂଗ୍ରେସ ପ୍ରାର୍ଥୀ ମୁଣ୍ଡ ଟେକି ପାରିନାହାନ୍ତି । ଆଗଲପୁର ବ୍ଲକ ଅନ୍ତର୍ଗତ ୨ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ବୀଣାପାଣି ଦାଶ, ବଲାଙ୍ଗିର ସଦର ୨୩ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ସଂଗୀତା ସୁନା, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୧ ନଂ. ଜୋନ୍‌ରେ ବିଜେପି ପ୍ରାର୍ଥୀ ଡମ ସୁନା, ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଜେଡ଼ି ପ୍ରାର୍ଥିନୀ ସୁଜାତା ଛତ୍ରିଆ, ଦେଓଗାଁ ବ୍ଲକ ଅନ୍ତର୍ଗତ ୧୩ ନଂ.ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ସୁମତି ସେଠ, ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ୬ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ରାମନିବାସ ଅଗ୍ରୱାଲ, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୪ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ପ୍ରମିଳା ପାଥର, ଲୋଇସିଂହା ବ୍ଲକ ଅନ୍ତର୍ଗତ ୩୪ ନଂ. ଜୋନ୍‌ରେ ବିଜେପି ପ୍ରାର୍ଥିନୀ ଭଗବତୀ ଧରୁଆ, ମୁରିବାହାଲ ବ୍ଲକ ଅନ୍ତର୍ଗତ ୨୮ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ନିରୂପମା ଗହୀର, ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ୧୫ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ କସ୍ତୁରୀ ସେଠ୍‌, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୧୮ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ କୁମରମଣି ସେଠ, ସଇଁତଲା ବ୍ଲକ ଅନ୍ତର୍ଗତ ୩୧ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ରୀତାରାଣୀ ହାତୀ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ୮ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ସଂଜୟ କୁମାର ବେହେରା ଓ ତୁରେକେଲା ବ୍ଲକ ଅନ୍ତର୍ଗତ ୧୧ ନଂ. ଜୋନ୍‌ରେ ବିଜେପି ପ୍ରାର୍ଥୀ ସୁଦର୍ଶନ କଟା ଆଗୁଆ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଥମ ଦିନର ଗଣତିରେ ୧୪ଟି ବଲାଙ୍ଗିର ଜିଲ୍ଲା ପରିଷଦ ଆସନରେ ୧୨ଟି ଆସନ ବିଜେଡ଼ିର ମୁଣାକୁ ଆସିଥିବା ବେଳେ କଂଗ୍ରେସ ଓ ବିଜେପି ଉଭୟ ଦଳ ଗୋଟିଏ ଲେଖାଏଁ ଆସନ ହାତେଇ ପାରିଥିବା ସ୍ପଷ୍ଟ ହୋଇଥିଲା । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଚଳିତ ଥର ବିଜେଡ଼ି ହାତକୁ ଆସିବା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଯାଇସାରିଛି ।

jittmm
Leave A Reply

Your email address will not be published.