ବଲାଙ୍ଗିର ରାଧିକାନଗରରେ ଚୋରି ଘଟଣାର ସିସିଟିଭି ଫୁଟେଜ୍‌ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ମେ’ ୩୧ ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ସହରର ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀର ପଛପଟେ ରହିଥିବା ରାଧିକା ନଗର ନିବାସୀ ଗୋବର୍ଦ୍ଧନ ସାହୁଙ୍କର ଘରୁ ଚୋରି କରିନେଇଥିଲେ ଦୁର୍ବୃତ୍ତମାନେ । ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ ସେ ତାଙ୍କ ସ୍ତ୍ରୀଙ୍କ ଅସ୍ତି ବିର୍ଜନ ପାଇଁ ଯାଇଥିବା ସମୟରେ ତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଚୋରି କରିଥିଲେ । ତେବେ ଏହି ଚୋରି ଘଟଣାର ସିସିଟିଭିରେ କଏଦ୍‌ କରିଥିବା ଭିଡ଼ିଓ ଏବେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି । ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି ଘରେ କଳାକନା ବୁଲାଇଥିବାର ଦୃଶ୍ୟ । ତେବେ ଏହି ଚୋରି ମାମଲାରେ ମିଳିଥିବା ସିସିଟିଭି ଫୁଟେଜ୍‌ ବଲାଙ୍ଗିର ଟାଉନ୍‌ ପୋଲିସର ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.