centurian jitm

ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

nschool

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଅନ୍ତର୍ଗତ ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷିତିଭୂଷଣ ବିଶ୍ୱାଳ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏଠାରେ ପ୍ରକାଶ ଥାଉ କି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଳୟରେ ଥିବା ଚୌକିଦାର ପଦବୀ ପାଇଁ ଗଙ୍ଗାଧର ବାଗଙ୍କ ଠାରୁ ଲାଞ୍ଚ ମାଗିଥିଲେ । ପରେ ଗଙ୍ଗାଧର ଭିଜିଲାନ୍ସକୁ ଜଣାଇଥିଲେ । ଟଙ୍କା ଦେବା ବେଳେ ଆଜି (ଗୁରୁବାର) ଅଧ୍ୟକ୍ଷଙ୍କୁ ଜଗି ରହିଥିବା ଭିଜିଲାନ୍ସ ଦଳ ହାତରେ ଧରାପଡିଥିଲେ । ଏଥିରେ ସତ୍ୟବାନ ମହାନନ୍ଦ (ଡି.ଏସ୍‌.ପି) ଭିଜିଲାନ୍ସ ଭବାନୀପାଟଣା, ଦିନବନ୍ଧୁ ବେହେରା (ଇନିସ୍ପେକ୍ଟର) ନୂଆପଡା ୟୁନିଟ୍‌ , (ଭିଜିଲାନ୍ସ ଷ୍ଟାପ୍‌)ରାଜେଶ କୁମାର ନାୟକ, ଶୁଶାନ୍ତ ପଟ୍ଟନାୟକ ,ସନ୍ତୋଷ କୁମାର ମହାନ୍ତି(ଷ୍ଟେନୋ) ଶିବ ପ୍ରସାଦ ପଧାନ (ଷ୍ଟେନୋ ନୂଆପଡା) ଉପସ୍ଥିତ ଥିଲେ ।

Leave A Reply

Your email address will not be published.