oum

ଲାଞ୍ଚ ନେବା ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନୀରିକ୍ଷକ

jsm

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଭାଇମାନଙ୍କ ମଧ୍ୟରେ ୪୭ ଡିସିମିଲ ଜମିକୁ ଭାଗ ପାଇଁ ଏହି ଲାଞ୍ଚ ସେ ଅଭିଯୋଗକାରୀଙ୍କ ଠାରୁ ନେଉଥିଲେ । ତେବେ ଅଗ୍ରୀମ ଭାବେ ୨୦ ହଜାର ଟଙ୍କା ନେଇଥିଲା ବେଳେ ପରେ ୨୦ ହଜାର ଟଙ୍କା ନେଇଥାନ୍ତେ । ଅଭିଯୁକ୍ତ ଆରଆଇଙ୍କଠାରୁ ଭିଜିଲାନ୍ସ ଅଧିକାରୀ ୨୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ରାଜସ୍ୱ ନୀରିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.