ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି ।
ସୂଚନାନୁଯାୟୀ, ବ୍ରହ୍ମପୁର ଲୋଚାପଡା ମେନ୍ ରୋଡ ନିକଟରେ ଥିବା ମାଆ ଭୈରବୀ ଟ୍ରେଡରରେ ଥିବା ଅଫିସ, ବ୍ରହ୍ମପୁର କୋର୍ଟପେଟା ଛକ ନିକଟକେ ଥିବା TPSODL ଅଫିସ ଚାମ୍ବର, ବ୍ରହ୍ମପୁର ଫାଷ୍ଟ ଲେନ୍ ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ଘର, ବ୍ରହ୍ମପୁର ଅଙ୍କୁଲି ଶଶିଭୂଷଣନଗରରେ ଥିବା ଦୁଇ ମହଲା ଘର, ଗଞ୍ଜାମ ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା ଘର, ବ୍ରହ୍ମପୁରରେ ଥିବା ଫାର୍ମ ହାଉସ, ବ୍ରହ୍ମପୁର ଟାଉନ ଲୋଚାପଡାରେ ଥିବା ଘର, ପୁରୀ ପିପିଲିରେ ଥିବା ଫ୍ଲାର୍ଟ, ବ୍ରହ୍ମପୁର ଅମ୍ବାପୁଆରେ ଥିବା 2 BHK ଫ୍ଲାଟ୍, ଗଞ୍ଜାମ ବାଳକୃଷ୍ଣପୁରସ୍ଥିତ ପୈତୃକ ଘରେ ଚଢାଉ ଚାଲିଛି ।
ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ଚାଲିଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୧୨ ଜଣ ଏସ୍ଆଇ, ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।