centurian jitm

କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉତ୍ସବ : ଚଣ୍ତୀଭଟା ଗ୍ରାମରେ ଜନସମ୍ପର୍କ ଯାତ୍ରା

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ ଭାବେ ଜନ ସଂପର୍କ ଯାତ୍ରା ଚାଳିଛି । ଆଜି ଝାରବନ୍ଧ ବ୍ଲକ ଚଣ୍ତିଭଟା ଗ୍ରାମକୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପହଞ୍ଚି ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଜନ ସଂପର୍କ ଯାତ୍ରା କରିଥିଲେ । କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷର ଶାସନରେ କିଭଳି ଦେଶର ପ୍ରଗତି ହୋଇଛି ଓ ସାରା ବିଶ୍ୱରେ ଭାରତ ଦେଶର ମାନ ସମ୍ମାନ ବଢିବା ସହ ଦେଶ ମୋଦୀଙ୍କ ନେତୃତ୍ୱରେ ବିଶ୍ୱଗୁରୁ ହେବା ଆଡକୁ ଅଗ୍ରସର କରୁଥିବା କଥା ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଜନ ସାଧାରଣଙ୍କୁ ବୁଝାଇଥିଲେ । ଓଡ଼ିଶା ପ୍ରଦେଶର ବିକାଶ ପାଇଁ କେନ୍ଦ୍ରର ମୋଦୀ ସରକାର କିଭଳି ପର୍ଯ୍ୟାପ୍ତ ଅର୍ଥ ଓଡିଶା ସରକାରଙ୍କୁ ୯ ବର୍ଷ ଭିତରେ ପ୍ରଦାନ କରିଛନ୍ତି ତାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମଧ୍ୟ ଜନ ସାଧାରଣଙ୍କୁ ଶ୍ରୀ ପୁରୋହିତ ଦେଇଥିଲେ । ବିଜେପିର ସବୁ ଠୁଁ ପୁରୁଣା ସଦସ୍ୟ ୭୦ ବର୍ଷ ବୟସ୍କା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସମ୍ପର୍କ ଯାତ୍ରାରେ ବିଜେପି ବରିଷ୍ଠ ନେତା ମଦନ ମୋହନ ପଟେଲ, ନୀଳମଣି ବରିହା, ଯୋଗେନ୍ଦ୍ର ବରିହା, ଦିଲ୍ଲୀପ ସାହୁ, ନରହରି ବିଶ୍ୱାଳ, ଫକିର ସେଠ, ଯୁଗେଶ୍ୱର ବରିହା, ମହାଦେବ, ପ୍ରମୋଦ ବାଗ, ଦୁଖିଶ୍ୟାମ ପ୍ରଧାନ, ଦୟାନିଧି ପଟେଲ ଆଦି ସାମିଲ ହୋଇଥିଲେ ।

Leave A Reply

Your email address will not be published.