ପାଇକମାଲରେ ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଉତ୍କଳ ଦିବସ ଅବସରରେ ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାଦେବ ବେହେରା, କିଶୋର ଚନ୍ଦ୍ର ଦୀପ, ସୋନାଲି ମହାଲିଙ୍ଗ, ଦିପାଞ୍ଜଳି ବରିହା, ଆତିଥ୍ୟ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ବେହେରା ଉତ୍କଳ ଦିବସର ଅବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ବନ୍ଧରେ ବିଷଦ ଭାବେ ଆଲୋଚନା କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ସାମୁହିକ ଭାବେ ଗାନ କରାଯାଇଥିଲା । ସେହି ପରି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରେଶ ଚନ୍ଦ୍ର ସାହୁ, ଭାରତୀ ସାହୁ, କମଳାକାନ୍ତ ଭୋଇ, ଜ୍ୟୋତି ବାରିକ ଓ ଅନୁପମା ମହାଲିଙ୍ଗ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁରୂପେ ଭାବେ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେବେନ୍ଦ୍ର ନାଥ ସାହୁ ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟରେ ଧୀରଜା ସେଠ, ଜର୍ଜଗଡ ପ୍ରାଥମିକ ବିଦ୍ୟାଳୟରେ ତପସ୍ୱିନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.