oom

ନବ ନିଯୁକ୍ତ ବିସିସିଆଇ ସଦସ୍ୟଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : କ୍ରୀଡାର ସାମୁହିକ ଉନ୍ନତି ପାଇଁ ମୁଁ ସର୍ବଦା ଅଙ୍ଗୀକାରବଦ୍ଧ, କହିଲେ ହରିନାରାୟଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ନିଯୁକ୍ତ ବିସିସିଆଇ ଟୁର୍‌, ଫିକ୍ସଚର୍‌ ଓ ଟେକ୍ନିକାଲ୍‌ କମିଟି ସଦସ୍ୟ ହରିନାରାୟଣ ପୁଜାରୀଙ୍କୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସାମୁହିକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ସାମୁହିକ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ଓ ସଭା ସଂଚାଳନ କରିଥିଲେ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର । ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର ମଂସାଚୀନ ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ ଓ ସାଂଗଠାନିକ ସଂପାଦକ ଶରତ କୁମାର ମିଶ୍ର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା କ୍ରୀଡା ସଂସଦ, ବାର୍‌ ଏସୋସିଏସନ, ସିଟିଜନ୍‌ କମିଟି, ନବକିଶୋର କ୍ଳବ, ମହିଳା କ୍ରିକେଟ କ୍ଳବ, ନାଏକ କ୍ରିକେଟ ଏକାଡେମୀ, କୋଶଳ ପ୍ରବାହ ପରିବାର, ତହଁକ ସାହିତ୍ୟ କୁଟୁମ, ବଲାଙ୍ଗିର ବଣିକ ସଂଘ, ଅବସର ପ୍ରାପ୍ତ ସୈନିକ ସଂଘ, ବଲାଙ୍ଗିର ଏକ୍ସନ କମିଟ, ସାଇଟ କଲଚରାଲ ସୋସାଇଟ, ବିଙ୍ଗ୍‌ ହ୍ୟୁମେନ ଫାଉଣ୍ଡେସନ, ମାହେଶ୍ୱରୀ ସେବା ସଂଗଠନ, ଭୂମିକା, ରଚନା, ରୁଗୁଡିପଡ଼ା ଦୁର୍ଗାପୂଜା ଟ୍ରଷ୍ଟ, ନାରୀ ଶକ୍ତି ଫାଉଣ୍ଡେସନ, ଦୁଲଦୁଲି କଳା ପରିଷଦ, ନେସନାଲ୍‌ ପିସ୍‌ ୟୁନିସନ୍‌, ନଟରାଜ କଳା ପରିଷଦ, ତୁଳସୀନଗର ଦୁର୍ଗା ପୁଜା କମିଟି, ରୋଟାରୀ ଏଲାଇଟ୍‌, ମହେଶ୍ୱରୀ ସ୍କୁଲ, ପୁଜ୍ୟ ପୁଜା ସଂଗଠନ, ପ୍ରାଇଭେଟ ସ୍କୁଲ ସଂଗଠନ, ବଲାଙ୍ଗିର ସାହିତ୍ୟ ଘର, ପୁଇଁନ୍ତଲା ସାହିତ୍ୟ ଘର, ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ, ପଲ୍ଲୀ ଆଲୋକ ପାଠାଗାର, ବିଡିଜିଏ , ଟେଂଟ୍‌ ହାଉସ ଏସୋସିଏସନ, ଅମିତାଭ ଫେନ କ୍ରିକେଟ କ୍ଳବ, ରାଜେନ୍ଦ୍ର ଯୁବକ ସଂଘ, ରୟାଲ କ୍ରିକେଟ କ୍ଲବ, ପଂଚମ, ଅଶ୍ରୁ, ବାରିକ ସମାଜ, ଜିଲ୍ଲା ଯୁବ କୁଲତା ସମାଜ, ଯାଦବ ସମାଜ, ରାଧାରାଣୀପଡ଼ା କ୍ରିକେଟ କ୍ଳବ, ମାରୱାଡି ଯୁବା ମଂଚ, ମାରୱାଡି ପ୍ରାଦେଶିକ ଯୁବା ମଂଚ, ନାଏକ କୋଂଚି ଏକାଡେମୀ, ଲଳିତ ନାଏକ ଫାଉଣ୍ଡେସନ, ସିନିୟର ସିଟିଜନ, କଳାକାର ସଂଘ, ସିସିଏଫଏ, ହୋମଗାର୍ଡ କ୍ଳବ, ଭେଟେରାନ ଫୁଟବଲ କମିଟି, ସିଏଫଏ, ଏପିଜେ ଲୋଇସିଂହା, ଏଏ ଆଗଲପୁର, ଜେଜେଏଫସି ବଘଲା, ଚନ୍ଦ୍ର ଶେଖର ସାହିତ୍ୟ ସଂଘ, ଝାରମୁଣ୍ଡା ଏଥେଲେଟିକ୍‌ସ ଏସୋସିଏସନ୍‌, ସୁପ୍ରିମ ଟାକ୍ସ ହସପିଟାଲ, ରିନବଚନ ଚୈତନ୍ୟ ଯୁବକ ସଂଘ, ସିନିୟର ଭଲିଭଲ ଟିମ, ଜିଲ୍ଲା ଖୋଖୋ ରେଫରି ଏସୋସିଏସନ, ଜିଲ୍ଲା ପିଇଟି ଓ ପିଇଆଇ ଏସୋସିଏସନ, ଲାଇଟ ଏଣ୍ଡ ସାଉଣ୍ଡ ଏସୋସିଏସନ, ଜିଲ୍ଲା ସ୍କୁଲ କ୍ରିକେଟ ଅଫିସିଆଲ, ପାଟଣାଗଡ଼ କ୍ରିକେଟ କ୍ଳବ, ନବଜ୍ୟୋତି ୟୁଥ କ୍ଳବ, ଲାୟନ୍ସ କ୍ରିକେଟ ଏକାଡେମୀ, ବୁଢ଼ାବାହାଲ କ୍ରିକେଟ କମିଟି, ଜଗନ୍ନାଥ କ୍ଳବ, ଦୁଲଦୁଲି କଳା ପରିଷଦ, ଏଏ କାଲସାଏପାଲି, ଅଭୟ ସ୍ପୋଟିଂ, କଷ୍ଟେବଲ ଓ ହାବିଲଦାର ସଂଘ, ବରିଷ୍ଠ ନାଗରିକ ସଂଘ, ବୁଢ଼ାବାହାଲ କ୍ରିକେଟ କ୍ଳବ, ଭେଟରାନ ଫୁଟବଲ କ୍ଳବ, କଲାକାର ସଂଘ, କ୍ରେଜ୍‌ କ୍ରିକେଟ କ୍ଳବ, ଭିକ୍ଟୋରିଅସ କ୍ଳବ, ଚର୍ଚ୍ଚ କମିଟି, କାର୍ଡ ବ୍ୟାଙ୍କ ସଂଘ, ସିଭିଲ ସୋସାଇଟି, ହଲଧର ପାଠାଗାର, ସ୍ୱେଚ୍ଛାସେବୀ ସଂଗଠନ, ଜିଲ୍ଲା ବିଜୁ ଜନତା ଦଳ, ପାଟଣାଗଡ଼ କ୍ରିକେଟ କ୍ଳବ, କାଦୋପଡ଼ା କ୍ରିକେଟ କ୍ଳବ, ଲାୟନ୍ସ କ୍ରିକେଟ କ୍ଳବ ପାଟଣାଗଡ଼, ଖପ୍ରାଖୋଲ କ୍ରିକେଟ ଏସୋସିଏସନ, ନେତାଜୀ ସଂଗ୍ରାମୀ ପରିଷଦ, ରୁଗୁଡିପଡ଼ା ଏମଇ ସ୍କୁଲ ବେଚ୍‌, ଢ଼ୁଲୁସର ରାମଜୀ ସାଂସ୍କୃତିକ ପରିଷଦ, ଜିଲ୍ଲା ଉଷୋ ଏସୋସିଏସନ, ନିଗମାନନ୍ଦ ନାଥ, ଅଚ୍ୟୁତ ପୁରୋହିତ ତଥା ଶତାଧିକ ସଂଗଠନ ମାନପତ୍ର, ଉପୋଢୌକନ ଓ ପୁଷଗୁଚ୍ଛ ଦେଇ ଶ୍ରୀ ପୁଜାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଆନନ୍ଦ ଚନ୍ଦ୍ର ସାହୁ ଶ୍ରୀ ପୁଜାରୀଙ୍କ ସଫଳ କ୍ରୀଡା ସାଂଗଠାନିକ ଦକ୍ଷତା ଓ ପରୋପକାରୀ ମାନସିକତା ସଂପର୍କରେ ଆଲୋକପାତ କରିଥିଲେ । ସାମୁହିକ ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ ଶ୍ରୀ ପୁଜାରୀ କହିଥିଲେ ଯେ ସାମଗ୍ରିକ କ୍ରୀଡା ଜଗତର ଉନ୍ନତି ପାଇଁ ମୁଁ ଅଙ୍ଗୀକାରବଦ୍ଧ ରହିବି । ଆଜିର ଏଇ ବିପୁଳ ସମ୍ବର୍ଦ୍ଧନା ଆଗାମୀ ସମୟରେ ମୋର କାର୍ଯ୍ୟ ଦକ୍ଷତାକୁ ସମୃଦ୍ଧ କରିବ । ସମସ୍ତଙ୍କୁ କୃତଜ୍ଞତା ଜଣାଇ ସଭା ସମାପନ କରାଯାଇଥିଲା ।

jittmm
Leave A Reply

Your email address will not be published.