oom

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ଉତ୍ସବ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନରେ ସମବାୟର ଭୂମିକା ନେଇ ସମବାୟ ବିଭାଗ ପକ୍ଷରୁ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହର ଜିଲ୍ଲା ସ୍ତରୀୟ ଉତ୍ସବ ଭବାନୀପାଟଣା ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଡିଆର୍‌ସିଏସ୍‌ ପ୍ରମୋଦ ସାହୁଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଡିଆର୍‌ସିଏସ୍‌ ପ୍ରମୋଦ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଗ୍ରାମାଞ୍ଚଳରେ ଥିବା ଚାଷୀ ଓ ଚାଷ ସହିତ ସମବାୟର ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ରୁପକେଶରୀ ଦଳେଇ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ମୋଟ ୧୦୨ଟି ପ୍ୟାକ୍ସ ଓ ଲ୍ୟାମ୍ପସର ସଭାପତି, ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ମାନଙ୍କ ସମେତ ସମବାୟବିତ ଓ ଅଗ୍ରଣୀ କୃଷକ ମାନେ ଯୋଗ ଦେଇଥିଲେ । ସମବାୟ ସପ୍ତାହ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମବାୟ ବିଭାଗ ପକ୍ଷରୁ ଅର୍ଥରାଶି ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ବନଲତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.