ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ଶିକ୍ଷା ପ୍ରାରମ୍ଭରେ କୁନି କୁନି ଶିକ୍ଷାର୍ଥୀ ମାନଙ୍କୁ ବିଦ୍ୟାଳୟ ପ୍ରବେଶ ନିମନ୍ତେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଏକ ଭବ୍ୟ ସମାରୋହରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ମୁରିବାହାଲ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ, ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ବରିଷ୍ଠ ଶିକ୍ଷୟିତ୍ରୀ ସଫଳା ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ଜୟମାଳିନୀ ପଟ୍ଟନାୟକ, ସରୋଜିନୀ ମିଶ୍ର, ଶ୍ରୀମୟୀ ପ୍ରିୟଦର୍ଶିନୀ ସ୍ୱାଇଁ, ସହକାରୀ ଶିକ୍ଷକ ନୀଳମଣି ଦୀପଙ୍କ ସହିତ ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୁନୁ ସାହୁ, ଗ୍ରାମ୍ୟ ୱାର୍ଡ଼୍ ସଭ୍ୟ ପରମା ଧଙ୍ଗଡ଼ାମାଝୀ ପରିଚାଳନା ସମିତିର ଅନ୍ୟ ସଭ୍ୟ ସଭ୍ୟା ଏବଂ ଗ୍ରାମର ବରେଣ୍ୟ ମାତୃପିତୃ ଅଭିଭାବକଙ୍କ ଉପସ୍ଥିତିରେ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ନୂତନ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ଚନ୍ଦନ ତିଳକ ଲଗାଇ ସ୍ନେହ ଶ୍ରଦ୍ଧା ସହକାରେ ବିଦ୍ୟାଳୟକୁ ପ୍ରବେଶ କରାଯାଇଥିଲା ପରେ ସେମାନଙ୍କୁ ମା’ ବାଗ୍ଦେବୀ ସରସ୍ୱତୀଙ୍କ ଶ୍ରୀଚରଣାରବିନ୍ଦରେ ପୂଜାର୍ଚ୍ଚନା ପୂର୍ବକ ସମସ୍ତଙ୍କୁ ଖଡ଼ିଛୁଆଁ ଯାଇଥିଲା । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନୂତନ ସିଲେଟ୍, ଚକ୍ ଖଡ଼ି, ବର୍ଣ୍ଣବୋଧ ପ୍ରଦାନ କରିବା ସହିତ ମିଷ୍ଠାନ୍ନ ମଧ୍ୟ ଖୁଆ ଯାଇଥିଲା । ଏହିପରି ଏକ ଅଭିନବ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଗ୍ରାମର ଭଦ୍ରବ୍ୟକ୍ତି ବିଶେଷ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ଆପଣମାନେ ଧନ୍ୟବାଦର ପାତ୍ର ବୋଲି ମତ ପ୍ରକାଶ କରିଥିଲେ ।