ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୂଆପଦା ଗ୍ରାମର ପ୍ରସିଦ୍ଧ ଆରାଧ୍ୟ ଠାକୁର ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ପବିତ୍ର ଅଁଳା ନବମୀ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ମଙ୍ଗଳ ଆଳତି ନୀତିକାନ୍ତି ହୋମ ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ପୁରୋହିତ ତିବିକ୍ରମ ମିଶ୍ର ଓ ତାଙ୍କ ସମର୍ଥକଙ୍କ ସହିତ ମନ୍ଦିର ପୂଜକ ନୀଲୁ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା । ମନ୍ଦିର ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଏହି ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା । ନଦିଆ ସଂକୀର୍ତ୍ତନ ଘଣ୍ଟ କାହାଳୀ ଓ ମନ୍ତ୍ର ଧ୍ଵନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରକମ୍ପିତ ହୋଇଥିଲା । ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।
 
			