ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମାଛ ମାକେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରି କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତାକାରୀଙ୍କୁ ନେଇ ‘ଛତ୍ରପୁର ଉଠାଦୋକାନୀ ସଂଘ’ ଉପସଭାପତି ଇଜୁ ଆମିନ ଖାନ୍ଙ୍କ ନେତୃତ୍ୱରେ ଛତ୍ରପୁର ନିକଟସ୍ଥ ତରେଇପାଟପୁର ଗ୍ରାମ ସ୍ଥିତ ତାରକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାଛ ଓ ଅନାନ୍ୟ ଆମିଷ ବିକ୍ରେତାକାରୀମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିବା ସହ ସ୍ଥାୟୀ ଭେଣ୍ଡିଂ ଜୋନ୍ ଉପରେ ଆଲୋଚନା ହୋଇଥିବା କୁହାଯାଇଛି ଏବଂ ସଭାରେ ସମସ୍ତଙ୍କ ସମ୍ମତି କ୍ରମେ ‘ଛତ୍ରପୁର ଉଠା ଦୋକାନୀ ସଂଘ’ରେ ମତ୍ସ୍ୟ ବ୍ୟବସାୟୀକମାନେ ସାମିଲ ହେବା ସହ ସମସ୍ତ ଆମିଷ ବିକ୍ରେତାକାରୀ ବିଧିବଦ୍ଧ ଭାବେ ସଂଘ ସଦସ୍ୟତା ଗ୍ରହଣ କରିଥିଲେ । ଏହା ପରେ ପରିଚାଳନା ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା । ଏହି ସଭାରେ ଅତିଥି ଭାବେ ଚାଷୀ ନେତା ସିମାଞ୍ଚଳ ନାହାକ, ତିଅର ସଂପ୍ରଦାୟର ଚାଷୀ ମୂଲିଆ ଶ୍ରମିକ ନେତା ଗୁରୁଦେବ ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ଏବଂ ସଭାରେ ଶୌଳ ବେହେରା, ସୌଇନ୍ଦ୍ରୀ ବେହେର, ରୁନା ବେହେରା, ନୀଳାଦ୍ରୀ ବେହେରା, ମିଲି ବେହେରା, ଜାନକୀ ବେହେରା ଓ ଚକ୍ରପାଣି ପୋଲାଇ ପ୍ରମୁଖ ଯୋଗଦେଇ ସହୋଯାଗ କରିଥିଲେ ।