oom

ଯୁବଗୋଷ୍ଠୀଙ୍କ ଦ୍ୱାରା ହୋଲି ମିଳନ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶରେ ହୋଲି ପର୍ବ ବେଶ୍‌ ଧୁମଧାମରେ ପାଳନ ହୋଇଯାଇଛି । ଲୋକେ ନିଜର ଭାଇ ବନ୍ଧୁ ତଥା ସାଙ୍ଗସାଥି ମାନଙ୍କ ସହ ଆନନ୍ଦ ଉଲ୍ଲାସର ସହ ହୋଲିକୁ ଉପଭୋଗ କରିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ଓ ବିଜେପୁର ବ୍ଲକର ଯୁବଗୋଷ୍ଠୀ ହୋଲି ବନ୍ଧୁ ମିଳନର ଆୟୋଜନ କରିଥିଲେ । ଏହି ବନ୍ଧୁ ମିଳନରେ ତୁଳସି ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅଂଚଳର ବିକାଶ ତଥା ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଇନ୍ଦ୍ରଧନୁର ସପ୍ତରଙ୍ଗରେ ଯେଉଁଭଳି ଆକାଶ ସଜେଇ ହୋଇ ଚମକି ଉଠିଥାଏ, ଠିକ ସେହି ଭଲି ସମସ୍ତଙ୍କ ଚଲାପଥ ଫଗୁଣର ସପ୍ତରଙ୍ଗରେ ରଙ୍ଗିନ ହେବା ସହ ଜୀବନରେ ହସ ଆନନ୍ଦ ସହ ଖୁସିରେ ଭରପୁର ହୋଇଥାଏ ବୋଲି କହିଥିଲେ ।

jittmm
Leave A Reply

Your email address will not be published.