ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପର୍ବପର୍ବାଣୀ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରି ପଦ୍ମପୁର ଅଞ୍ଚଳରେ ପରିବେଶକୁ ସବୁଜ ସୁନ୍ଦର କରିବାର ମହତ ଉଦ୍ଦେଶ୍ୟ ରଖିଥିବା ପ୍ରକୃତିବନ୍ଧୁ ମୀନକେତନ ସାହୁ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି । ହୋଲି ଅବସରରେ ହୋଲିର ଶୁଭକାମନା ଜଣାଇବା ସହ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କୁ ଔଷଧିୟ ଅଶୋକ ଚାରା ପ୍ରଦାନ କରି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ପୂର୍ବତନ ନଗରପାଳ ଶିରିଶ କୁମାର ବହିଦାର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଘର ସଭାପତି ଜୟ ନାରାୟଣ ତ୍ରିପାଠୀ, ଶାନ୍ତି ସ୍ୱରୂପ ପୁରୋହିତ, ଆଇନଜୀବୀ ଅଜିତ ଶତପଥିଙ୍କ ବାସଭବନକୁ ଯାଇ ଅଶୋକ ଚାରା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ କେଦାରନାଥ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।
Prev Post