ବଢୁଛି ଜଙ୍ଗଲି ବାର୍‌ହାଙ୍କ ଉପଦ୍ରବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ଜଙ୍ଗଲି ବାର୍‌ହାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ବାର୍‌ହା ପଲ ଚାଷ ଜମିକୁ ପଶି ଧାନ ଖାଇବା ସହ ଦାନ ଗଛ ଗୁଡିକୁ ଦଳି ଦେଉଛନ୍ତି । ଫଳରେ ଏକର ଏକର ଜମିର ଚାଷ ଏକ ପ୍ରକାରର ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ବାଞ୍ଜିପାଲି ଗାଁର ଶ୍ରୀମନ୍ତ ନାଏକ, ସଞ୍ଜୟ ମିଶ୍ର, ଋଷଭ ସାହୁ, ବେଣୁ ରଣା, କିଶୋର ନାଏକ, ଋଷି ନାଏକ, ହାଡୁ କପାଟ ପ୍ରଭୃତି ଚାଷୀଙ୍କ ଧାନ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.