oom

ଅଣ୍ଡା ଏକ ଉପାଦେୟ ଖାଦ୍ୟ : “ସଣ୍ଡେ ଅର୍ ମଣ୍ଡେ ରୋଜ୍ ଖାଓ ଅଣ୍ଡେ”

jsmm
  • ଆଲେଖ୍ୟ : ଜି.ତ୍ରିଦେବ ରେଡ୍ଡୀ

ପ୍ରତିବର୍ଷ ପରି ଚଳିତ ବର୍ଷ ସାରା ବିଶ୍ୱରେ “ବିଶ୍ଵ ଅଣ୍ଡା ଦିବସ” ପାଳିତ ହେଉଛି । ୧୯୯୬ ମସିହା ଅକ୍ଟୋବର ମାସର ୨ୟ ଶୁକ୍ରବାରରୁ ପାଳିତ ହେଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା : – “ମନୁଷ୍ୟ ସ୍ୱାସ୍ଥ୍ୟରେ ଉପକାରିତା ନେଇ ସମସ୍ତଙ୍କୁ ଅଣ୍ଡା ଖାଇବା ନିମନ୍ତେ ପ୍ରବର୍ତ୍ତାଇବା ଏବଂ ଅଣ୍ଡା ଶିଳ୍ପର ସମୃଦ୍ଧିକରଣ କରାଇବା” ଅଣ୍ଡା କୁକୁଡା ପାଳନର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିବା ପାଇଁ ଆମ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କୁକୁଡ଼ା ଚିଆଁ ଉତ୍ପାଦନ, ଚିଆଁ ବଣ୍ଟନଠୁ ଆରମ୍ଭ କରି ଏହାକୁ ବ୍ୟପାକ ରୂପେ ପ୍ରଚାର ପ୍ରସାର ଯଥା; ଦୂରଦର୍ଶନ, ଆକାଶବାଣୀ ଏବଂ ବିଭିନ୍ନ ଖବର କାଗଜରେ ପ୍ରକାଶ କରାଯାଉଛି । ସାଧାରଣତଃ ଅଣ୍ଡାରେ ଉଚ୍ଚମାନ ସମ୍ପନ୍ନ ପୃଷ୍ଟିସାର ସହିତ ୧୪ଟି ଗୁରୁତ୍ଵପୂର୍ଣ୍ଣ ଅତ୍ୟାବଶ୍ୟକ ଖାଦ୍ୟସାର ଯଥା; ସ୍ନେହସାର, ଶ୍ୱେତସାର, ସୋଡ଼ିଅମ୍, ପୋଟାସିୟମ କୋଲେଷ୍ଟରଲ, ଲୌହ, ଭିଟାମିନ ଏ, ବି, ଇ, ଭିଟାମିନ ବି୫, ବି୧୨, ଫୋଲେଟ, ସେଲେନିୟମ, ଲ୍ୟୁଟିନ ଏବଂ ଜିଆକ୍ସିନ୍, କୋଲିନ୍ ଆଦି ନିହାତି ଥିବା ହେତୁ ଏହା ଆମ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇ ଶରୀରକୁ ସୁସ୍ଥ ରଖିଥାଏ । ଅଣ୍ଡାରେ ଥିବା ସମ୍ପୂର୍ଣ୍ଣ ପୃଷ୍ଟିସାର ସହିତ ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ୯ଟି ଆତ୍ୟାବଶ୍ୟକ ଆମିନୋ ଏସିଡ ଥାଏ । ସାଧାରଣତଃ ସ୍ୱାସ୍ଥ୍ୟର ଅଭିବୃଦ୍ଧି ଓ ଗଠନ ଦୁଇ ପ୍ରକାରର ଖାଦ୍ୟସାର ଆବଶ୍ୟକ ହୋଇଥାଏ । ପ୍ରଥମଟି ହେଲା :- ପ୍ରୋଟିନ ବା ପୃଷ୍ଟିସାର । ଦ୍ଵିତୀୟଟି ହେଲା : ଲୌହ ବା ଆଇରନ । ଏହି ଦୁଇଟି ଖାଦ୍ୟସାର ଉଭୟ ଶିଶୁ ଓ ମହିଳାଙ୍କ (ଗର୍ଭବତୀ) ପାଇଁ ବେଶ ଉପଯୋଗୀ । ଅଣ୍ଡାରେ ଅନେକ ପ୍ରକାରର ଭିଟାମିନ ସହିତ ଧାତବଲବଣ ଓ ଖାଦ୍ୟସାର ଥିବା ଯୋଗୁଁ ଅଣ୍ଡାକୁ ଭିଟାମିନ ପିଲ୍ ବା ବଟିକା କୁହାଯାଏ । ଗୋଟିଏ ବଡ଼ ଏ ଗ୍ରେଡ ଅଣ୍ଡାରେ ୭ ଗ୍ରାମ ପ୍ରୋଟିନ ସହିତ ୭୦ କ୍ୟାଲୋରୀ ଶକ୍ତି ନିହିତ ଥାଏ । ଅଣ୍ଡାରେ କେତେକ ଭିଟାମିନ ସହିତ ଧାତବଲବଣ ଗୁଡ଼ିକ ହେଲା ୧. ଲୌହ :- ଅଣ୍ଡାରେ ଥିବା ଲୌହ ସହଜରେ ଶରୀରର ଅବଶୋଷଣ ହେବା ସହିତ ଏକ ରକ୍ତହୀନତା ଦୂର କରିବା ସଙ୍ଗେ ସଙ୍ଗେ ଜୀବକୋଷ ଗୁଡ଼ିକ ନିକଟକୁ ଅମ୍ଳଜାନ ବହନ କରିଥାଏ । ୨. ଭିଟାମିନ ଏ :- ଅନ୍ଧାରକଣା ଦୂର କରିବା ସହିତ ଚର୍ମ ଓ ଆଖିର ଜୀବକୋଷକୁ ସୁସ୍ଥ ରଖେ । ୩. ଭିଟାମିନ ଡି:- ଏହା ହାଡ଼ ଓ ଦାନ୍ତକୁ ସୁଦୃଢ ରଖେ । ୪. ଭିଟାମିନ ଇ:- ଏହା ଆଣ୍ଟିଅକ୍ସିଡଣ୍ଟ ଭାବେ ବିଭିନ୍ନ ରୋଗ ଦାଉରୁ ରକ୍ଷା କରେ । ୫. ଭିଟାମିନ ବି୧୨:- ଏହା ବିଭିନ୍ନ ହୃଦରୋଗ ଦାଉରୁ ରକ୍ଷା କରେ । ୬. ପ୍ରୋଟିନ:- ମାଂସ, ଅଙ୍ଗ, ଚର୍ମ, ଲୋମ ଓ ଅନ୍ୟାନ୍ୟ ଶରୀର ଜୀବକୋଷ ଗଠନ କରେ । ୭. ଫୋଲିକ ଏସିଡ:- ନୂତନ ଜୀବକୋଷ ସୃଷ୍ଟିରେ ସାହାଯ୍ୟ କରେ । ୮.ସେଲେନୀୟମ :- ଏହା ଭିଟାମିନ ଇ’ ସହିତ ମିଶି ଆଣ୍ଟିଅକ୍ସିଡାଣ୍ଟ ଭାବେ ଭାବେ କାର୍ଯ୍ୟରେ ଏବଂ ଶରୀରରେ ଜୀବକୋଷ କ୍ଷୟକ୍ଷତି ପୂରଣ କରେ । ୯. ଲ୍ୟୁଟିନ୍ ଓ ଜିଆକ୍ସିନ୍:- ଏହା ଦୃଷ୍ଟି ଶକ୍ତି ବଢ଼ାଏ,୧୦. କୋଲିନ:- ଏହା ମସ୍ତିଷ୍କ ଗଠନ ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ । ସ୍ନାୟୁ ଓ ସ୍ମରଣଶକ୍ତି ବଢ଼ାଏ । ୧୧. ଆୟୋଡ଼ିନ:- ଥାଇରଏଡ ହରମୋନ ପ୍ରସ୍ତୁତିରେ ସାହାଯ୍ୟ କରେ,୧୨. ଭିଟାମିନ ବି୨:- ରାଇବୋପ୍ଲୋବିନ ଚର୍ମ ଓ ଆଖିକୁ ସୁସ୍ଥ ରଖେ । ତେଣୁ ଅଣ୍ଡାରେ ଉପରୋକ୍ତ ଖାଦ୍ୟସାରକୁ ଉପଲବ୍ଧି କରି କୁହାଯାଇଛି ।

  • ଡି.ଫାର୍ମ, ପ୍ରଥମ ବର୍ଷ ଛାତ୍ର
    ରୋୟାଲ କଲେଜ ଅଫ ଫାର୍ମାସୀ ଓ ହେଲଥ ସାଇନ୍ସ
    ।।ବ୍ରହ୍ମପୁର।।
jittmm
Leave A Reply

Your email address will not be published.