
ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲିମ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ହମିରପୁର ସ୍ଥିତ ମୁସଲିମ କବରସ୍ଥାନର ଉନ୍ନତିକରଣ ପାଇଁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି କ୍ରମରେ ହମିରପୁର ଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁସଲିମ କବରସ୍ଥାନର ପ୍ରାର୍ଥନା ଗୃହ ପାଇଁ ଶିଳାନ୍ୟାସ କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ସର୍ବଦା ସଂଖ୍ୟାଲଘୁଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ବୋଲି କହିଥିଲେ । ଆଗାମୀ ଦିନରେ ମଧ୍ୟ ସଂଖ୍ୟାଲଘୁଙ୍କ ଉନ୍ନତି ପାଇଁ ଯଥା ସମ୍ଭବ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ନଗର ସଭାପତି ଆର୍ତ୍ତ ମହାରଣା, ସଂଖ୍ୟାଲଘୁ ଯୁବ ବିଜେଡି ନେତା ସୁଲତାନ ଖାନ, ବିଜେଡି ସଂଖ୍ୟାଲଘୁ ସଭାପତି ଏମଡି ଖାଲିଦ, ଅଫରୋଜ ଅହମ୍ମଦ, ମହେମୁଦ ଅହମ୍ମଦ, ଏମଡି ସମିମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ, ଚାନ୍ଦ ହୁସେନ, ନବାବ ଅଖତାର, ସଲିମ ଖାନ, ଗୌସି ବାବୁ, ପୂର୍ବତନ ପୋଲିସ ଅଧିକାରୀ ସୁମନ ଦତ୍ତ, ଚନ୍ଦ୍ର ସାହୁ, ବାବୁ ପଣ୍ଡା, ଇମ୍ରାନ ଖାନ, ଏମଡି ଆଞ୍ଜୁମ, ଗୁଡ଼ୁ, ଲତିଫ ଖାନ, ରିଜୱାନ ଅଲି, ଜିଆଉଦିନ ଖାନ, ଇରଫାନ ଖାନ, ଏମଡି ଟିଙ୍କୁ ସହ ବହୁ ସଂଖ୍ୟାଲଘୁ ବ୍ୟକ୍ତି ବିଶେଷ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସୁବ୍ରତ ତରାଇଙ୍କୁ ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇ ଥିଲେ ।
