oom

କଂଟାବାଂଜି ସିଭିଲ କୋର୍ଟ ପରିସରରେ ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ବାପୁଜୀଙ୍କ ପ୍ରତିମୁର୍ତି ଉନ୍ମୋଚିତ

jsmm

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ସିଭିଲ କୋର୍ଟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଶୁକ୍ରବାର ଦିନ ଓଡିଶା ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜଷ୍ଟିସ ବିଶ୍ୱନାଥ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ, ସବ୍‌ ଜଜ ବିନୋଦ ବିହାରି ସାହୁ, ଓକିଲ ସଂଘ ସଭାପତି ସମିମ ଅହମ୍ମଦ ଖାନ, ଉପସଭାପତି ଦୁଃଖୀଶ୍ୟାମ ଗୁରୁ, ସଂପାଦକ ଜଗନ୍ନାଥ ରାଓ, ସମସ୍ତ ସଭ୍ୟ ଏବଂ କୋର୍ଟ କର୍ମଚାରୀ ସହ ପି.ଡବ୍ଲୁ.ଡି. ସହକାରୀ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ । କଂଟାବାଂଜି କୋର୍ଟର ବିଭିନ୍ନ ସମସ୍ୟା ଏବଂ ମହକିଲ ମାନଙ୍କ ସୁବିଧା ସୁଯୋଗ ଉପରେ ଜଷ୍ଟିସ କରଙ୍କୁ ଅବଗତ କରିଥିଲେ । ଏପରିକି କୋର୍ଟ ପରିସରରେ ଥିବା ଇ-ଜନସେବା କେନ୍ଦ୍ରକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.