oom

‘ଅଘରିଆ ଜ୍ୟୋତି’ ଉନବିଂଶ ସଂସ୍କରଣ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଘରିଆପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ଅବସରରେ ୮୪ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲାର ବାର୍ଷିକ ମୁଖପତ୍ର ‘ଅଘରିଆ ଜ୍ୟୋତି’ ଊନବିଂଶ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ସମର୍ପଣ ଉତ୍ସବ ବିଗତ ୨୦୦୨ ମସିହାରୁ କ୍ରମାନ୍ୱୟ ଭାବରେ ପାଳିତ ହୋଇଆସୁଛି ।

ଏହି ଅବସରରେ ପତ୍ରିକାର ମୁଖ୍ୟ ସଂପାଦକ ରାମଚନ୍ଦ୍ର ପଟେଲ ତଥା ସଂପାଦନା ମଣ୍ଡଳୀର ସଭ୍ୟ ଦିଗାମ୍ବର ନାଏକ, ସନ୍ତୋଷ ରାଉତ, ଭବାନି ଶଙ୍କର ପଟେଲ, ହରେକୃଷ୍ଣ ପଟେଲ, ସୁରଥ ନାଏକଙ୍କ ସମେତ ଜିଲ୍ଲା ସଭାପତି ହରିଶଙ୍କର ସାଏ, ସଦାନନ ରାଉତ, ରାଜ୍ୟ ଉପ-ସଭାପତି ଦିନବନ୍ଧୁ ନାଏକ, ମଣ୍ଡଳ ସଭାପତି ଦୁଷ୍ମନ୍ତ ପଟେଲ, ଜଗବନ୍ଧୁ ପଟେଲ, ଦ୍ୱାରିକାନାଥ ପଟେଲ, ସଭାପତି ଗୋବିନ୍ଦ ଚନ୍ଦ୍ର ପଟେଲ, ମନୋରଂଜନ ସାଏ, ମଧୁ ସାଏ, ଦାମୋଦର ପଟେଲ, ଯୋଗେଶ୍ୱର ନାଏକ, ଉଦୟନାଥ ପଟେଲ, ପ୍ରଭୁ ପ୍ରସାଦ ନାଏକ, ବୃନ୍ଦାବନ ନାଏକ, ଉପଦେଷ୍ଟା ଭକ୍ତ ନାଏକ, ମହିଳା ମଂଚ ସଭାପତି ମିତା ରାଉତ, ଲିଲି ପଟେଲ, ପୂର୍ଣ୍ଣଚନ୍ଦ୍ର ପଟେଲ, ସୁରେନ୍ଦ୍ର ନାଏକ ପ୍ରମୁଖ ଗୁଡି ସଭାପତିମାନେ ଯୋଗଦାନ କରି ଉନ୍ମୋଚନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ହରେକୃଷ୍ଣ ପଟେଲ, ସଂଜୟ ସାଏ, ଜଗନ୍ନାଥ ପଡା ଗଉଁନ୍ତିଆ କରୁଣାକର ସାଏ, ଜଗବନ୍ଧୁ ନାଏକ ତଥା ବିଧାନ ଚନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.