ସୁନାସାଜର ଅଷ୍ଟମ ବାର୍ଷିକ ଉତ୍ସବ ଓ ସ୍ମରଣିକା ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା “ସୁନାସାଜ”ର ଅଷ୍ଟମ ବାର୍ଷିକ ଉତ୍ସବ ଛତ୍ରପୁର ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସୁନାସାଜର ସଭାପତି ବିଶିଷ୍ଟ ସାହିତ୍ୟିକ/ଗବେଷକ ବରେଣ୍ୟ କବି ଭାନୁହଂସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ କବିତା ଆବୃତ୍ତି, ଆଲୋଚନା, ସଙ୍ଗୀତ, ନୃତ୍ୟ, ଏକକୀ ଅଭିନୟ ଆଦି ପରିବେଷିତ ହୋଇଥିଲା । ଉତ୍ସବରେ କୃତୀ ପ୍ରତିଭାଧାରୀଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମୁଖ୍ୟଅତିଥୀ ଭାବେ ଇଂ.ରାଜକିଶୋର ବଲ୍ଲଭ, ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଅଧ୍ୟାପକ ଡ଼. ଭି.ରାଜେନ୍ଦ୍ର ରାଜୁ, ସମ୍ମାନିତ ଅତିôଥ ଭାବେ ବରିଷ୍ଠ ଆଇନଜ୍ଞ ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରୋଟାରୀଆନ ନିରଞ୍ଜନ ପାତ୍ର ପରିଚାଳନା କରିଥିଲେ । ଅନୁଷ୍ଠାନର ସଦସ୍ୟ ଜ୍ୟୋତିନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସହ-ସମ୍ପାଦକ ଉମାକାନ୍ତ ବେହେରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.