ରାଣୀକଟା ଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀକଟା ଆମ୍ବେଦକର ନଗରବାସୀ ଦ୍ୱାରା ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବଲାଙ୍ଗିର ତରଣି ସୁନା ଓ ପିପିର୍ଡା ସରପଂଚ ରୁବି ବାବୁ ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ତରଣି ସୁନା ଜିଲ୍ଲା ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଶମ୍ଭୁ ନାଗ ବିଶିଷ୍ଟ ଶ୍ରମିକ ନେତା, ସ୍ୱତନ୍ତ୍ର ଅତିଥି ଲଙ୍କେଶ ରାବଣ ସଭାପତି ଭୀମ ଆର୍ମି ଓଡିଶା, ଗୁରୁଚରଣ ହରିପାଲ ସାମାଜିକ କର୍ମୀ, ବାସୁଦେବ ମୁଗ୍ରୀ ଶିକ୍ଷକ ନେତା, ନିତେଶ କୁମ୍ଭାର ଜିଲ୍ଲା ଭୀମ ଆର୍ମି ସଭାପତି, କୌଶଲ୍ୟା କୁମ୍ଭାର ସଭାନେତ୍ରୀ ସାବିତ୍ରୀବାଇ ମହିଳା ସଂଗଠନ, ସଂପାଦକ ବୁଦ୍ଧିଷ୍ଟ ସୋସାଇଟି ମଂଚାସିନ ଥିଲେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ପ୍ରତିମୂର୍ତ୍ତି ଉନ୍ମୋଚନ ଫଳରେ ସାମାଜିକ ଦାୟିତ୍ୱ ଆହୁରି ବଢିଗଲା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଆମ୍ବେଦକରବାଦ ପ୍ରଚାରର ଏକ ଅଂଶ ବିଶେଷ ଏହି କାର୍ଯ୍ୟକ୍ରମ ପ୍ରଶାନ୍ତ କୁମ୍ଭାର ଓ ରଜନୀ ନାଗ ଦୁହିଙ୍କ ସହଧର୍ମିଣୀକୁ ଆମ୍ବେଦକରବାଦର ପ୍ରତିଷ୍ଠା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସମଗ୍ର ଅଂଚଳ ବୁଦ୍ଧମୟ ହୋଇଥିଲା । ୨୫ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନଗର ପରିକ୍ରମା କରାଯାଇଥିଲା । ଆଖ ପାଖ ଅଂଚଳରୁ ଶହ ଶହ ଆମ୍ବେଦକର ପ୍ରେମୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିପ୍ତି ପ୍ରକାଶ, ଅନିଲ, ବ୍ରଜମୋହନ, ବିକାଶ, ସମୀର, ଭାଲୁ, ଜୁଲୁ, ବୁଲୁ, ଶୁଶାନ୍ତ, ଡମ୍ବରୁ, କାହ୍ନୁ, ପିଣ୍ଟୁ, ରମାକାନ୍ତ, ବିଜୟ, ସୁରେଶ, ରାଜା, ସୁମନ୍ତ, ସୁରୁ, ହୁସେର, ମଧୁ, ସୁରଥ ଅକ୍ଲାନ୍ତ ପରିଶ୍ରମ କରି ସଫଳ କରିଥିଲେ । ଅଧିକାରର ସାମ୍ବାଦିକ ଧନ୍ୟବାଦ ଦେଇଥିବା ବେଳେ ତ୍ରିଲୋଚନ ନନ୍ଦ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.