ସାଉନ୍ତେଶ୍ୱରୀ ଦେବୀଙ୍କ ପୁସ୍ତକ ଉନ୍ମୋଚନ

  • ପଦ୍ମଶ୍ରୀ ହଳଧର ନାଗ ସାଉନ୍ତେଶ୍ୱରୀ ଦେବୀଙ୍କ କାବ୍ୟ ଲେଖିବେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ମା’ ସାଉନ୍ତେଶ୍ୱରୀ ମନ୍ଦିରରେ ସାଉନ୍ତେଶ୍ୱରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ଜଗବନ୍ଧୁ ପ୍ରଧାନ, ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଡା. ରୁଦ୍ର ନାରାୟଣ ପଟେଲ, ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର ମଂଚାସୀନ ହୋଇଥିବା ବେଳେ ପରିଚାଳନା କରିଥିଲେ ପ୍ରଦୀପ କୁମାର ପ୍ରଧାନ । ‘ଯୁଗେ ଯୁଗେ ସାଉନ୍ତେଶ୍ୱରୀ ଦେବୀ’ ପୁସ୍ତକ ଉନ୍ମୋଚିତ କରିଥିଲେ ପଦ୍ମଶ୍ରୀ ହଳଧର ନାଗ । ଏହି ପୁସ୍ତକରେ ଦେବୀଙ୍କ କିମଦନ୍ତୀ, ଐତିହ୍ୟ ଓ ତନ୍ତ୍ରମନ୍ତ୍ର ଯନ୍ତ୍ର ଓ ଦେବୀଙ୍କ ମହିମା ପୂଜାର୍ଚ୍ଚନା ଉପରେ ଓ ୧୬ ପୂଜା ଓ ଦେବୀଙ୍କ ଅବିର୍ଭାବ ଏହି ପୁସ୍ତକରେ ସ୍ଥାନ ପାଇଛି । ପଦ୍ମଶ୍ରୀ ହଳଧର ନାଗ ଏହି ସାଉନ୍ତେଶ୍ୱରୀ ଦେବୀଙ୍କ ଉପରେ ଏକ କାବ୍ୟ ଲେଖିବେ ଏବଂ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ଏବଂ ପଶ୍ଚିମ ଓଡିଶାର ବିଭିନ୍ନ ଦେବାଦେବୀ ପୀଠର ସୁରକ୍ଷା ପାଇଁ ପ୍ରଦାନ କରିବେ । ଏହି ପୁସ୍ତକକୁ ଲେଖକ ଉକାଲୁ ସା’, ପ୍ରକାଶକ ସୁଦର୍ଶନ ଓ ହୃଷିକେଶ ସ୍ୱାଇଁ ସଂପାଦନା କରିଥିବା ବେଳେ ସହଯୋଗ କରିଥିଲେ ମନୋଜ ସାହୁ, ସୁବ୍ରତ ପଧାନ, ମୁକେଶ ମାଲବ୍ୟ ସାହୁ, ଲଳିତ ଭୋଇ, ଗରିବ ସାହୁ, ରୋହିତ ପଧାନ, ଦୁର୍ଗା ଭୁଏ । ଧନ୍ୟବାଦ ଅର୍ପଣ କରିଥିଲେ ରାମ ଗୋପାଳ ଭୁଏ । ଏହି ଅବସରରେ କୁନି କୁନି ପିଲାମାନେ ଲେତପାଲି ଡ୍ୟାନ୍ସ ଗୃପ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.