centurian jitm

ଟାଉନ ବାଳିକା ବିଦ୍ୟାଳୟରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

nschool
  • ସ୍ଥାନୀୟ ବରପୁତ୍ରଙ୍କୁ ଛାତ୍ରୀ ଛାତ୍ରମାନେ ଜାଣିବା ନିହାତି ଦରକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍କୁଲ ପରିସର ଭିତରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିହାତି ପ୍ରଶଂସନୀୟ କାମ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତାଙ୍କର କାର୍ଯ୍ୟଧାରା ଓ ଆଦର୍ଶକୁ ନେଇ ଅନୁପ୍ରାଣିତ ହୋଇଥାନ୍ତି । ଆମେ ସମସ୍ତେ ଜାଣିବା ଦରକାର ବଲାଙ୍ଗିର ଜିଲ୍ଲା ମଧ୍ୟ ଅନେକ ସ୍ୱାଧିନତା ସଂଗ୍ରାମୀ, ଶିକ୍ଷା, ସମାଜସେବା କ୍ଷେତ୍ରରେ ଅନେକ ବରପୁତ୍ର ଜନ୍ମ ଦେଇଛି । ଆମ ଛାତ୍ରଛାତ୍ରୀ ସେମାନଙ୍କ କାର୍ଯ୍ୟଧାରା, ତ୍ୟାଗ, ସମାଜ ପାଇଁ ଉର୍ସଗୀକୃତ ମନୋଭାବ ବିଷୟରେ ଜାଣିଲେ ତାହା ତାଙ୍କର ଭବିଷ୍ୟତ ଗଠନରେ ନିଶ୍ଚିତ ଭାବରେ କାମ ଦେବ ବୋଲି ଆଜି ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଭିତରେ ଦେଶର ପିତା ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକର, ମଧୁବାବୁ, ଗଙ୍ଗାଧର ମେହେର, ଗୋପବନ୍ଧୁ ଦାଶ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ ଅବସରରେ ନିଜ ବକ୍ତବ୍ୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହା କହିଛନ୍ତି । ସେ ଆହୁରି କହିଥିଲେ ଯେ, ଆମ ଜିଲ୍ଲା ଅନେକ ବରପୁତ୍ରକୁ ଜନ୍ମ ଦେଇଛି ଯେପରି କି ଚିନ୍ତାମଣି ରଥ, କପିଳେଶ୍ୱର ପ୍ରସାଦ ନନ୍ଦ, ଯୁଧିଷ୍ଟିର ମିଶ୍ର ପ୍ରମୁଖ । ଏହି ତିନି ଜଣଙ୍କୁ ଆମ ଅଂଚଳରେ ଯଥାକ୍ରମେ ସୁବାଷ ବୋଷ, ମାହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହେରୁ ବୋଲି ଲୋକେ ଆଖ୍ୟା ଦେଇଥିଲେ । କାରଣ ପରାଧୀନ ଭାରତରେ ଆମ ଅଂଚଳରେ ଗଡଜାତ ଆନ୍ଦୋଳନ ହେଉ କି ସ୍ୱାଧୀନତା ଆନ୍ଦୋଳନ ହେଉ ଏମାନେ ସଂଗଠିତ କରି ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଆହୁରି ମଧ୍ୟ ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ଶରତ ପାଣିଗ୍ରାହୀ ଏ ଅଂଚଳର ଶିକ୍ଷାର ବିକାଶ ପାଇଁ ଅନେକ ସ୍କୁଲ କଲେଜର ପ୍ରତିଷ୍ଠା କରିଥିଲେ । ଆଜି ଆମେ ଏହି ସଭା କରୁଥିବା ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଘରୋଇ ଭାବେ ଏହି ତିନିଜଣ ବରପୁତ୍ର ଆଉ କିଛି ଲୋକଙ୍କ ସାହାଯ୍ୟ ନେଇ ଏହି ସ୍କୁଲର ପ୍ରତିଷ୍ଠା କରିପାରିଥିଲେ । ତେଣୁ ଏମାନଙ୍କ ପ୍ରତିମୃତ୍ତି ହେଉ କି ଫଟୋ ଚିତ୍ର ହେଉ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ଥାନୀତ ହେବା ନିହାତି ଦରକାର । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଅଂଚଳରେ ଏକମାତ୍ର ଭାଇସ୍‌ ଚାନ୍‌ସିଲର ଭାବେ ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅବସ୍ଥାପିତ ହୋଇପାରିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ୧୯୩୮ ମସିହାରେ ରେଭେନ୍ସା ଇଷ୍ଟ ହଷ୍ଟେଲରେ ସେ ଇଂରେଜମାନଙ୍କ ପତାକା ହଟାଇ ଆମ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯାହା କି ସେ ସମୟରେ ଏକ ଇଂରେଜ ସରକାରଙ୍କ ବିରୁଦ୍ଧରେ ଦୁଃସାହସିକ କାର୍ଯ୍ୟ ଥିଲା । ଆମ ଅଂଚଳର କବିରାଜ ଚର୍ତୁଭୁଜ ରାୟଗୁରୁ ଏକ ପ୍ରଖ୍ୟାତ ଆୟୁର୍ବେଦ ଚିକିତ୍ସକ ଥିଲେ । ଏପରି ଅନେକ ବରପୁତ୍ର ଅଛନ୍ତି ଯେଉଁମାନଙ୍କୁ ଆମେ ଧିରେ ଧିରେ ଭୁଲି ଯାଉଛୁ । ତେଣୁ ଛାତ୍ରଛାତ୍ରୀମାନଙ୍କୁ ମୁଁ ନିଶ୍ଚିତ ଅନୁରୋଧ କରିବି ଏହି ବରପୁତ୍ରମାନଙ୍କ ବାବଦରେ ଜାଣିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କ ଚରିତ୍ର ଗଠନର ଏହା ବେଶ୍‌ ସହାୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସ୍ୱଭିମାନ ମଂଚର ବେଲାରସିଂ ଭୋଇ, ମୃତ୍ୟୁଞ୍ଜୟ ମିଶ୍ର ଓ ସଭାପତି ରାଧାକାନ୍ତ ଦାଶ, ଧୃବ ଚରଣ ବେହେରା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଗଠନକୁ ନେଇ ଏହି ମହାମନିଷମାନଙ୍କୁ ଅନୁସରଣ କରିପାରିବେ ବୋଲି ନିଶ୍ଚିତ ଲାଭବାନ ହେବେ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷୟତ୍ରୀ ଅରୁନ୍ଧତି ବଢେଇ ଧନ୍ୟବାଦ ଅର୍ପଣ କରିବା ସହ ପ୍ରତିମୂର୍ତ୍ତି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.