ଗାନ୍ଧୀଜୀଙ୍କ ସହଯୋଗୀଙ୍କ ସମେତ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ଯୋଗଦେଇଥିବା ତାଙ୍କର ମୁଖ୍ୟ ସହଯୋଗୀ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ମହାତ୍ମାଗାନ୍ଧୀ ଅହିଂସାର ପ୍ରତୀକ ଥିଲେ । ତାଙ୍କରି ଅହିଂସା ନୀତି ଲାଗି ଆମ ଭାରତ ଦେଶ ସ୍ୱାଧୀନ ହୋଇଥିଲା । ଅହିଂସା ହେଉଛି ପରମ ଧର୍ମ ଓ ପ୍ରଗତୀର ମୂଳମନ୍ତ୍ର ଏହାର ଉଦାହରଣ ହେଉଛି ଆମ ସ୍ଵାଧୀନତା ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ନିମନ୍ତେ ପ୍ରଥମେ ଗାନ୍ଧୀଜୀଙ୍କ ଦାଣ୍ଡି-ଅଭିଯାନ ଆରମ୍ଭ କରିଥିଲେ । ଏହାର ପ୍ରତୀକ ସ୍ୱରୂପ ନବନିର୍ମିତ ଗାନ୍ଧୀଜୀଙ୍କ ସହ ୧୧ ଜଣ ସହଯୋଗୀ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ । ସେହି କର୍ଣ୍ଣଧାରା ସଂଗ୍ରାମୀ ଗୋଷ୍ଠୀ-ସମୂହଙ୍କ ନିର୍ମିତ ମିଳିତ ପ୍ରତିମୂର୍ତ୍ତିଗୁଡ଼ିକର ଏକ ପ୍ରକଳ୍ପର ଲୋକର୍ପଣ ହୋଇଛି । ଯାହା ପବିତ୍ର ୭୭ତମ ସ୍ଵାଧୀନତା ଦିବସ ଅବସରରେ ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହୋଇଛି । ସୁନ୍ଦର ଆଲୋକରେ ସଜ୍ଜିତ ଶୋଭାକୁ ସ୍ଥାନୀୟ ଲୋକମାନେ ଦେଖି ଆତ୍ମ-ବିଭୋର ହୋଇ ଉଠିଥିଲେ । ଛତ୍ରପୁର ସର୍କିଟ ହାଉସଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଲୋକର୍ପଣ କରିଥିଲେ । ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ହୋଇଥିବା ସୌନ୍ଦର୍ଯ୍ୟକରଣରେ ଆଉ ଦୁଇପଦ ସ୍ଥାନ ଲମ୍ବିଛି ବୋଲି କୁହାଯାଏ ।

Leave A Reply

Your email address will not be published.

error: Content is protected !!