ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଓ ଅଖଣ୍ଡ ଭାଗବତ ଜ୍ଞାନ କମିଟି ରାଧାକୃଷ୍ଣ ମନ୍ଦିର ବ୍ରାହ୍ମଣପଡାଙ୍କର ମିଳିତ ସହଯୋଗ କ୍ରମେ ଅପରାହ୍ନ ଘ.୪ ସମୟରେ ଡ. ଭବାନୀ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ସଚିବ ରାମଚନ୍ଦ୍ର ପଟେଲ ତଥା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ରାଜ୍ୟ ସଭ୍ୟ ଗିରିଜା ରଥ ନିଜ ଅନୁଭୂତି ପ୍ରକାଶ କରିବା ସହ ରିବା ଅଧିବେଶନ ଉପରେ ଡ. ଭବାନୀ ଶଙ୍କର ପଟେଲ ନିଜର କବିତା ପାଠ କରିଥିଲେ । ଏହି ସମାରୋହରେ ଅତିଥି ଭାବରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ଓ ମୁଖ୍ୟବକ୍ତା ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଂଚାସୀନ ଥିଲେ । ରିବା ଅଧିବେଶରେ ବଲାଙ୍ଗିରରୁ ଏଗାର ଜଣ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଡ. ଭବାନୀ ଶଙ୍କର ପଟେଲ, ରାମଚନ୍ଦ୍ର ପଟେଲ, ଗିରିଜା ଶଙ୍କର ରଥ, ସୁନାଧର ବନଛୋର, ମଦନ ରଥ, ଗୋପାଳ ପ୍ରଧାନ, ବିରଂଚି ଦାଶ, ସବିତା ଭୋଇ, ସଂଯୁକ୍ତା ପରିଚ୍ଛା, ଭୋଇ କିଟି, ସରସ୍ୱତୀ ମେହେର ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ ବଂଶୀଧର ଦାନୀ ଓ ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପୁସ୍ତକ ଯଥାକ୍ରମେ “ଭକ୍ତି ପଥେ ଜ୍ଞାନ ପଥେ” ଓ “ଚେତନା ପ୍ରବାହ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଏହି ସମାରୋହରେ ଚୁମକି ମିଶ୍ର ଓ ଦୁଇଟି ଭକ୍ତିଗୀତ ପରିବେଷଣ କରିଥିଲେ । ଅଖଣ୍ଡ ଜ୍ଞାନଯଜ୍ଞ କମିଟିର ଭକ୍ତବୃନ୍ଦ ତଥା କିର୍ତ୍ତନ୍ୟ ମଣ୍ଡଳୀ ସହଯୋଗ କରିବା ସହ କମିଟିର ସଚିବ ବଂଶୀଧର ସା, ପଂଚାନନ ବେଦବାକ, କୋଷାଧ୍ୟକ୍ଷ ଅଙ୍ଗିରା ସାହୁ (ଉପସଭାପତି), କବି ବଳିଷ୍ଠ ପ୍ରଧାନ, ସର୍ବେଶ୍ୱର ମିଶ୍ର ଓ ନାରୀ ସଭ୍ୟାମାନଙ୍କ ମଧ୍ୟରେ ସବିତା ଦାନୀ, ଜାନକୀ ପଟେଲ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ଡ. ଭବାନୀ ଶଙ୍କର ପଟେଲ ।
Prev Post